fbpx

ଧନେତରସ୍-ଦୀପାବଳୀ ପୂର୍ବରୁ ଶସ୍ତା ସୁନା କିଣିବାକୁ ସୁଯୋଗ ଦେଉଛନ୍ତି ସରକାର, ଡିସକାଉଣ୍ଟ ସହ ମିଳିବ ଏହି ଫାଇଦା

ନୂଆଦିଲ୍ଲୀ,୭ ।୧୧: ଧନତେରସ୍-ଦୀପାବଳୀ ପୂର୍ବରୁ ସୁନାରେ ନିବେଶ କରି ରୋଜଗାର କରିବାର ଏକ ବଡ ସୁଯୋଗ ଦେଉଛନ୍ତି କେନ୍ଦ୍ର ସରକାର । ସରକାରାଙ୍କ Sovereign Gold Bond Scheme 2020-21 ସିରିଜର VIII ସଦସ୍ୟତା ୯ ନଭେମ୍ବରରୁ ଆରମ୍ଭ ହେବାକୁ ଯାଉଛି । ନିବେଶକମାନେ ୧୩ ନଭେମ୍ବର ପର୍ଯ୍ୟନ୍ତ ଏହାର ସଦ୍ୟସତା ଗ୍ରହଣ କରିବାର ସୁଯୋଗ ପାଇବେ । ଏହି ସମୟ ପାଇଁ ଆରବିଆଇ ସୁନାର ମୂଲ୍ୟ ଗ୍ରାମ ପିଛା ୫,୧୭୭ ଟଙ୍କା ସ୍ଥିର କରିଛି ।

ଅନଲାଇନ୍ ଆବେଦନ ଓ ଡିଜିଟାଲ ମାଧ୍ୟମରେ ପେମେଣ୍ଟ କରୁଥିବା ବ୍ୟକ୍ତିଙ୍କୁ ଗ୍ରାମ ପିଛା ୫୦ ଟଙ୍କା ରିହାତି ମଧ୍ୟ ମିଳିବ । ଡିଜିଟାଲରେ ପେମେର୍ଟ କରୁଥିବା ବ୍ୟକ୍ତି ଗ୍ରାମ ପିଛା ୫,୧୨୭ ଟଙ୍କା ଦେବାକୁ ପଡିବ । ଏହା ପୂର୍ବରୁ ଅକ୍ଟୋବର ୧୨ରେ ଜାରି ହୋଇଥିବା ଗୋଲ୍ଡ ବଣ୍ଡର ମୂଲ୍ୟ ଗ୍ରାମ ପିଛା ୫,୦୫୧ ଟଙ୍କା ଧାର୍ଯ୍ୟ କରାଯାଇଥିଲା । ତେବେ ନିବେଶକମାନେ ଗୋଲ୍ଡ ବଣ୍ଡରେ ଅତି କମରେ ୧ ଗ୍ରାମର ସୁନା ନିବେଶ କରିପାରିବେ ।

Get real time updates directly on you device, subscribe now.