fbpx

ନିଆଁରେ ପୋଡି ହୋଇ ୩ ଯବାନ ଗୁରୁତର

ଭଦ୍ରକ,୯।୧୧(ଓଡିଶା ଭାସ୍କର): ନିଆଁରେ ପୋଡି ହୋଇ OSAPର ୩ ଯବାନ ଗୁରୁତର । ଭଦ୍ରକରେ ଏପରି ଅଭାବନୀୟ ଘଟଣା ଘଟିଥିବା ଜଣାଯାଇଛି। ଗୁରୁତର ଅବସ୍ଥାରେ ୩ ଯବାନଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଶରୀରର ବହୁ ଅଂଶ ପୋଡ଼ିଯାଇଛି। ଗୁରୁତର ୩ OSAP ଯବାନ ବାରିପଦା ୫ମ ବାଟାଲିୟନର ବୋଲି ସୂଚନା ମିଳିଛି।

ତେବେ ପୁରୁଣା ବଜାର ଥାନା ବାରାକରେ ଶୋଇଥିବା ଅବସ୍ଥାରେ ନିଆଁ ଲାଗିଥିବା ଜଣାପଡିଛି । ମଶା ଧୂପରୁ ନିଆଁ ଲାଗି ଯାଇଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି ।

Get real time updates directly on you device, subscribe now.