fbpx

ଧନେତରସରେ ଭୁଲରେ କିଣନ୍ତୁ ନାହିଁ ଏହି ସାମଗ୍ରୀ, ନଚେତ୍ ଘୋଟିଯିବ ଧନର ଅଭାବ

କାର୍ତ୍ତିକ ମାସର କୃଷ୍ଣପକ୍ଷର ତ୍ରୟୋଦଶୀ ତିଥୀକୁ ଧନେତରସ୍ ଭାବେ ପାଳନ କରାଯାଏ । ଧନତେରସ୍ ଦିପାବଳୀ ପୂର୍ବରୁ ଆସିଥାଏ । ଚଳିତ ବର୍ଷ ଧନତେରସ୍ ୧୩ ନଭେମ୍ବରରେ ପାଳନ କରାଯିବ । ଧନେତରସରେ କିଣାକିଣି ଉପରେ ଅଧିକ ଗୁରୁତ୍ୱ ଦିଆଯାଏ । ଧନତେରସ୍ ଦିନ ଲୋକମାନେ ସୁନା-ରୂପା କିଣିଥାନ୍ତି, କାହିଁକି ନା ଏପରି କରିବା ଦ୍ୱାରା ଘରେ ସୁଖ ସମୃଦ୍ଧି ରହିଥାଏ ବୋଲି ବିଶ୍ୱାସ ରହିଛି । ଧନେତରସ ଦିନ ସୁନା, ରୂପା ଓ ବାସନ କିଣିବା ଶୁଭ ମନାଯାଏ । କିନ୍ତୁ ଆପଣ ଜାଣନ୍ତି କି, ଧନେତରସ ଦିନ କେଉଁ ସାମଗ୍ରୀ କିଣିବା ଅନୁଚିତ୍? ନଚେତ୍ ବର୍ଷସାରା ଆପଣଙ୍କୁ ଧନପ୍ରାପ୍ତି ହେବ ନାହିଁ, ବରଂ କ୍ଷତି ଘଟିବ ।

ତେବେ ଧନେତରସରେ ଲୁହା ଜିନିଷ, କାଚରେ ତିଆରି ସାମଗ୍ରୀ, ଷ୍ଟ୍ରୀଲ୍, କଳା ରଙ୍ଗର ସାମଗ୍ରୀ ଓ ଧାରୁଆ ଜିନିଷ ଯେପରିକି ଛୁରୀ ଇତ୍ୟାଦି କିଣିବା ଅନୁଚିତ୍ । ଏପରି କିଣିବା ଠାରୁ ଦୂରେଇ ଯିବା ଆପଣଙ୍କ ପାଇଁ ଶୁଭ ହେବ । ନଚେତ୍ ଧନ ହାନିର ସମ୍ଭାବନା ରହିଛି ।

Get real time updates directly on you device, subscribe now.