fbpx

ତିର୍ତ୍ତୋଲର ୭ମ ଓ ବାଲେଶ୍ୱରର ୬ଷ୍ଠ ରାଉଣ୍ଡ ଭୋଟଗଣତି ଶେଷ, ଜାଣନ୍ତୁ କାହାକୁ ମିଳିଛି କେତେ ଭୋଟ୍

ତିର୍ତ୍ତୋଲ,୧୦ ।୧୧(ଓଡିଶା ଭାସ୍କର): ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି । ଉଭୟ ଆସନରେ ବିଜେଡି ଆଗୁଆ ରହିଛି । ସପ୍ତମ ରାଉଣ୍ଡ ସୁଦ୍ଧା ଜଗତସିଂପୁର ତିର୍ତ୍ତୋଲରେ ବିଜେଡି ୧୦,୭୩୬ ଭୋଟରେ ଆଗୁଆ ରହିଛି । ଚତୁର୍ଥ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ବିଜୟ ଦାସଙ୍କୁ ୨୫,୨୮୭ ଭୋଟ୍, ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କୁ ୧୪,୫୫୧ ଓ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ମଲ୍ଲିକଙ୍କୁ ୩,୯୯୯ ଭୋଟ୍ ମିଳିଛି ।

ଅନ୍ୟପଟେ ବାଲେଶ୍ୱରରେ ମଧ୍ୟ ବିଜେଡି ଆଗୁଆ ରହିଛି । ଷଷ୍ଠ ରାଉଣ୍ଡ ସୁଦ୍ଧା ବାଲେଶ୍ୱରରେ ବିଜେଡି ୨୪୬୭ ଭୋଟରେ ଆଗୁଆ ରହିଛି । ଷଷ୍ଠ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କୁ ୨୧,୯୨୪,, ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କୁ ୧୯,୪୫୭ ଓ କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁଙ୍କୁ ୧,୮୬୯ଭୋଟ୍ ମିଳିଛି ।

Get real time updates directly on you device, subscribe now.