fbpx

ତାରକିଶୋର ଓ ରେଣୁ ହେବେ ଉପମୁଖ୍ୟମନ୍ତ୍ରୀ

ପାଟଣା,୧୬ ।୧୧: ଆଜି ବିହାରରେ ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନୀତିଶ କୁମାର । ଏହା ସହ ବିହାରରେ ବିଜେପିରୁ ୨ ଜଣ ଉପମୁଖ୍ୟମନ୍ତ୍ରୀ ହେବା ନେଇ ସୂଚନା ମିଳିଛି । ବିଜେପି ବିଧାୟକ ଦଳ ନେତା ତାର କିଶୋର ପ୍ରାସଦ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ବେଳେ ବିଧାୟକ ଦଳର ଉପନେତା ରେଣୁ ଦେବୀ ପ୍ରଥମ ଥର ପାଇଁ ବିହାରର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଏନେଇ ବିଜେପି ବିଧାୟକ ଦଳ ନେତା ତାରକିଶୋର ସୂଚନା ଦେଇଛନ୍ତି ।

ତେବେ ଆଜି ଅପରାହ୍ନରେ ୭ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତିଶ । ଏଥିରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଯୋଗଦେବେ ।

Get real time updates directly on you device, subscribe now.