fbpx

ଚଳିତବର୍ଷରେ ଦଶମ ଓ +୨ ପରୀକ୍ଷାକୁ ନେଇ କ’ଣ କହିଲେ ଗଣଶିକ୍ଷା ମନ୍ତ୍ରୀ? ଜାଣନ୍ତୁ

ଭୁବନେଶ୍ୱର,୧୮ ।୧୧(ଓଡିଶା ଭାସ୍କର): ଚଳିତ ଶିକ୍ଷାବର୍ଷରେ ମାଟ୍ରିକ ଓ +୨ ପରୀକ୍ଷାକୁ ନେଇ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ଚଳିତବର୍ଷ ଶିକ୍ଷାବର୍ଷରେ ମାଟ୍ରିକ ଓ +୨ ପରୀକ୍ଷା ହେବା ନେଇ ସେ କହିଛନ୍ତି । ପରୀକ୍ଷା ବିଳମ୍ବ ହେବ କିନ୍ତୁ ବିଳମ୍ବିତ ହେବା ନେଇ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ସର୍ବନିମ୍ନ ୩ ମାସ ପାଠପଢା ହେବ । ପରେ ପରୀକ୍ଷା ବ୍ୟବସ୍ଥା କରାଯିବ ।’

ଏହା ସହ ସେ କହିଛନ୍ତି ଯେ, ‘ଯଦି ସର୍ବଭାରତୀୟ ସ୍ତରରେ ପରୀକ୍ଷା ବନ୍ଦ ନିଷ୍ପତ୍ତି ହୁଏ, ତାହାଲେ ହୁଏତ ପରୀକ୍ଷା ବନ୍ଦ ହୋଇପାରେ । ରାଜ୍ୟ ସରକାର ନିଜ ଆଡୁ ପରୀକ୍ଷା କରିବେ ନାହିଁ । ଯଦି ପରୀକ୍ଷା ବନ୍ଦ କରାଯାଏ, ତେବେ ଛାତ୍ରଛାତ୍ରୀ ଗୋଟିଏ ବର୍ଷ ପଛୁଆ ହୋଇଯିବେ । ଡିସେମ୍ବର ୩୧ ପରେ ସ୍କୁଲ ଖୋଲିବା ଉପରେ ଆଲୋଚନା କରାଯିବ । ଦଶମ ଓ ଦ୍ୱାଦଶ ଶ୍ରେଣୀଙ୍କ ପାଇଁ ସ୍କୁଲ ଖୋଲିବା ଉପରେ ଆଲୋଚନା ହେବ ।’

Get real time updates directly on you device, subscribe now.