fbpx

ଏଣିକି ହେଲମେଟ୍ ନପିନ୍ଧିଲେ ବାତିଲ୍ ହେବ ଲାଇସେନ୍ସ

ଭୁବନେଶ୍ୱର,୧୯ ।୧୧(ଓଡିଶା ଭାସ୍କର): ରାଜ୍ୟରେ ଦୁର୍ଘଟଣା ବଢୁଥିଲେ ବି ଲୋକମାନେ ହେଲମେଟ୍ ପିନ୍ଧିବାକୁ ହେୟ ଜ୍ଞାନ କରୁଛନ୍ତି । ଏଥିପାଇଁ ହେଲମେଟ୍ ନିୟମକୁ କଡାକଡି ପାଳନ କରିବାକୁ ଯାଉଛନ୍ତି ରାଜ୍ୟ ସରକାର । ଏଣିକି ହେଲମେଟ୍ ନପିନ୍ଧିଲେ ବାତିଲ ହେବ ଲାଇସେନ୍ସ । ଏନେଇ ପୋଲିସ ଡିଜିଙ୍କୁ ଚିଠି ଲେଖିଛନ୍ତି ପ୍ରମୁଖ ସଚିବ ମଧୁସୂଦନ ପାଢୀ । ପ୍ରତି ଜିଲ୍ଲାରେ କେତେ କାର୍ଯ୍ୟାନୁଷ୍ଠାନ ହୋଇଛି, ତାହା ରିପୋର୍ଟ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । MV ଆକ୍ଟ ଅନୁଯାୟୀ ନିୟମ ଭାଙ୍ଗିଲେ ଲାଇସେନ୍ସକୁ ୩ ମାସ ପର୍ଯ୍ୟନ୍ତ ବାତିଲ କରାଯିବ ।

Get real time updates directly on you device, subscribe now.