fbpx

୧୫ ବର୍ଷ ଧରି ଏହି ମନ୍ଦିରକୁ ନାଗ ଦେବତା ଆସି ଶିବଙ୍କୁ ପୂଜା କରୁଛନ୍ତି, ଜାଣନ୍ତୁ କେଉଁଠି…

ଯଦି ଜଣେ ସାଧାରଣ ମଣିଷ କୌଣସି ଦେବତାଙ୍କ ଆରାଧନା କରେ, ତେବେ ତାହା ଜୀବନ ପାଇଁ ଶୁଭ ସଙ୍କେତ ବୋଲି ଗ୍ରହଣ କରାଯାଇଥାଏ । ମାତ୍ର ଯଦି ଗୋଟିଏ ପଶୁ କିମ୍ବା ପକ୍ଷୀ ଭଗବାନଙ୍କୁ ପୂଜା କରୁଥିବାର ଆମ ନଜରକୁ ଆସେ, ତେବେ ଏହା ଆମକୁ ଆଶ୍ଚର୍ଯ୍ୟ ଚକିତ କରିଦେଇଥାଏ ।

ଉତ୍ତରପ୍ରଦେଶରେ ସଲେମାବାଦ ନାମକ ଏକ ଛୋଟ ଗାଁ ରହିଛି । ସେଠାରେ ବହୁ ପୂରାତନ ଏକ ଶିବ ମନ୍ଦିରରେ ଶିବଙ୍କୁ ଏବେ ବି ନାଗ ଦେବତା ପୂଜା କରିବା ପାଇଁ ନିୟମିତ ଆସୁଛନ୍ତି, ଏକଥା କହିଛନ୍ତି ଗାଁଲୋକେ ।

ଭଗବାନ ଶିବଙ୍କର ଅତି ପ୍ରିୟ ଅଟନ୍ତି ନାଗ ଦେବତା । ତେଣୁ ମହାପ୍ରଭୁ ଶିବ ନିଜ ଗଳାରେ ନାଗଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଧାରଣ କରି ବୁଲିଥାନ୍ତି । ନାଗ ଦେବତା ଏହି ମନ୍ଦିରକୁ ଆସି ୫ ଘଣ୍ଟା ପର୍ଯ୍ୟନ୍ତ ରହିଥାନ୍ତି । ନାଗ ଦେବତା ସକାଳ ୧୦ଟାରୁ ମନ୍ଦିର ମଧ୍ୟକୁ ପ୍ରବେଶ କରି ଅପରାହ୍ଣ ୩ଟା ଫେରିଯାଆନ୍ତି ।

ନାଗଦେବତା ଫେରିଯିବା ପରେ ମନ୍ଦିରରେ ଶିବଙ୍କ ଦର୍ଶନଙ୍କ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ । ନାଗ ଦେବତା ଆଜି ପର୍ଯ୍ୟନ୍ତ କାହାର କୌଣସି ଅନିଷ୍ଠ କରିଥିବାର ଦେଖାଯାଇନାହିଁ । ଆଖପାଖ ଅଞ୍ଚଳରେ ଏହି ମନ୍ଦିରକୁ ନେଇ ବେଶ୍ ଚର୍ଚ୍ଚା ।

Get real time updates directly on you device, subscribe now.