fbpx

ସୀମାରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ, ୨ ଯବାନ ସହିଦ

ଜମ୍ମୁ,୧୦ ।୧: ଜମ୍ମୁ-କାଶ୍ମୀରର ନିୟନ୍ତ୍ରଣ ରେଖାରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନ । ପାକିସ୍ତାନର ଗୁଳିମାଡରେ ୨ ଭାରତୀୟ ଯବାନ ସହିଦ ହୋଇଥିବା ବେଳେ ଆଉ ୨ ଯବାନ ଗୁରୁତର ଆହତ ହୋଇଛନ୍ତି । ଘଟଣାଟି ପୁଞ୍ଛ ଜିଲ୍ଲାର ଗୁଲପୁର ସେକ୍ଟରରେ ଘଟିଛି । ଆକ୍ରମଣରେ ସହିଦ ହୋଇଥିବା ୨ ଯବାନ ସେନାର ପୋର୍ଟର ଥିଲେ ବୋଲି ଜଣାପଡିଛି ।

ତେବେ ଆଜି ସକାଳ ୧୧ଟାରୁ ପାକିସ୍ତାନ ପକ୍ଷରୁ ପୁଞ୍ଛଠାରେ ଗୁଳିବର୍ଷା ଆରମ୍ଭ ହୋଇଥିଲା । ପାକିସ୍ତାନର ଏହି ଆକ୍ରମଣର କଡା ଜବାବ ଦେଇଥିଲେ ଭାରତୀୟ ଯବାନ । ଭାରତର ପକ୍ଷରୁ ହୋଇଥିବା ପଦକ୍ଷେପ ଫଳରେ ପାକିସ୍ତାନର ବହୁତ କ୍ଷତି ହୋଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.