fbpx

ଅନ୍ତିମ ସଂସ୍କାରରୁ ଅନ୍ତିମ ଯାତ୍ରା: ଶ୍ମଶାନ କାନ୍ଥ ଭୁଶୁଡ଼ି ୧୬ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୩ା୧): ଦିଲ୍ଲୀର ଗାଜିଆବାଦରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି । ଏକ ଶ୍ମଶାନ ଛାତ ଭୁଶୁଡ଼ି ପଡ଼ିବା ଫଳରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି । ତେବେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ଗାଜିଆବାଦର ମୁରାଦନଗରରେ ଏକ ଶ୍ମଶାନକୁ କିଛି ଲୋକ ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ଆସିଥିଲେ । ବର୍ଷା କାରଣରୁ ଲୋକମାନେ କୋଠା ତଳେ ଛିଡ଼ା ହୋଇଥବବା ବେଳେ ହଠାତ କୋଠା ଭୁଶୁଡ଼ି ପଡ଼ିଥିଲା । ପରେ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ୧୬ ଜଣଙ୍କ ମୃତଦେହ ଉଦ୍ଧାର କରିଥିଲା । ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ପୋଲିସ ପୋଲିସ ଆଶଙ୍କା କରୁଛି ।

Get real time updates directly on you device, subscribe now.