ଏହି କାରଣ ପାଇଁ ପ୍ରଥମ ପ୍ରେମକୁ କେହି ଭୁଲି ପାରନ୍ତି ନାହିଁ, ସର୍ବଦା ଝୁରିଥାନ୍ତି ଅତୀତକୁ

ପ୍ରେମ ସମସ୍ତଙ୍କ ଜୀବନରେ ଆସିଥାଏ । କିନ୍ତୁ ପ୍ରଥମ ପ୍ରେମ ଉଭୟ ପୁଅ ଓ ଝିଅଙ୍କ କ୍ଷେତ୍ରରେ ସବୁଠାରୁ ଅଧିକ ଗୁରୁତ୍ୱ ରଖିଥାଏ । ଅନେକ ଲୋକ ବିବାହ କରି ଖୁସିରେ ଜୀବନ ବିତାଉଥିଲେ ମଧ୍ୟ ସେମାନେ ନିଜର ପ୍ରତ୍ୟେକ ପ୍ରେମକୁ ଭୁଲିପାରି ନଥାନ୍ତି । କୁହାଯାଏ, ଜୀବନରେ ପ୍ରେମ ବାରମ୍ବାର ଆସିଥାଏ, କିନ୍ତୁ ପ୍ରଥମ ପ୍ରେମର ମହତ୍ତ୍ୱ ଏକ ସ୍ୱତନ୍ତ୍ର ହୋଇଥାଏ । ଯିଏ ପ୍ରେମ କରିଛି ସିଏ ହିଁ ଏହା ଅନୁଭବ କରିପାରିବ ।

ଆସନ୍ତୁ ଜାଣିବା ପ୍ରଥମ ପ୍ରେମକୁ ଭୁଲି ନ ପାରିବାର କାରଣ ବିଷୟରେ:-

ପ୍ରଥମ ଜିନିଷ ପ୍ରତ୍ୟେକ କ୍ଷେତ୍ରରେ ସ୍ପେଶାଲ ହୋଇଥାଏ । ସେହିପରି ପ୍ରତ୍ୟେକ ମଣିଷଙ୍କ କ୍ଷେତ୍ରରେ ପ୍ରଥମ ପ୍ରେମ ଖାସ ହୋଇଥାଏ । ଏହି ସମୟରେ ପ୍ରେମୀଙ୍କ ମଧ୍ୟରେ ନୂତନ ଉତ୍ସାହ ଓ ଆଶାର ସଞ୍ଚାର ଭରିଥାଏ । ଯାହାକୁ ଭୁଲିବା କଷ୍ଟକର ହୋଇଥାଏ ।

ହୁଏତ ପ୍ରଥମ ପ୍ରେମ ସଫଳ ବା ବିଫଳ ହୋଇପାରେ । ଯେଉଁମାନେ ପ୍ରଥମ ପ୍ରେମରେ ବିଫଳ ହୁଅନ୍ତି, ତାହା ଅତ୍ୟନ୍ତ ବିଦାରକ ହୋଇଥାଏ । ସତେ ଯେମିତି ହୃଦୟକୁ କ୍ଷତ ବିକ୍ଷତ କରିପକାଏ । ସେହି କ୍ଷତ ଜୀବନ ସାରା ଭରି ରହିଥାଏ ।

ପ୍ରଥମ ପ୍ରେମ ସର୍ବଦା ଅତ୍ୟନ୍ତ ନିରୀହ ଥାଏ । କେହି କାହାଠାରୁ କିଛି ପାଇବାର ଆଶା ନଥାଏ । ପ୍ରଥମ ପ୍ରେମ ଗୋଟିଏ ସରଳ ଶିଶୁ ପରି । ତେଣୁ ଏହାକୁ ଭୁଲିବା କଷ୍ଟକର ହୋଇଥାଏ ।

ପ୍ରଥମ ପ୍ରେମ ମଣିଷର ମନ ଓ ହୃଦୟର ପ୍ରତ୍ୟେକ କୋଣ ଅନୁକୋଣରେ ପହଞ୍ଚି ଯାଇଥାଏ । ଏହାକୁ ଭୁଲିବା ଏତେ ସହଜ ହୋଇନଥାଏ । ସେଥିପାଇଁ ଅନେକ ପୁଅ ବା ଝିଅ ପ୍ରଥମ ପ୍ରେମରେ ବିଫଳ ହୋଇ ଆତ୍ମହତ୍ୟା କରି କୁପଥକୁ ଆଦରି ନେଇଥାନ୍ତି ।

କୁହାଯାଏ ପ୍ରକୃତ ପ୍ରେମ ଭାଗ୍ୟରେ ଥିଲେ ମିଳିଥାଏ । ପ୍ରଥମ ପ୍ରେମ ମଣିଷକୁ ଅନେକାଂଶରେ ପରିବର୍ତ୍ତନ କରିଦେଇଥାଏ । ପ୍ରଥମ ପ୍ରେମର ସ୍ମୃତିଗୁଡ଼ିକ ସାରା ଜୀବନ ପାଇଁ ଅଭୁଲା ହୋଇ ରହିଥାଏ ।