ରାସ୍ତାରେ ଟଙ୍କା ବିଡ଼ା: ମିଳିନାହିଁ ମାଲିକଙ୍କ ପରିଚୟ

ଭୁବନେଶ୍ୱର, ୬ା୧ (ଓଡିଶା ଭାସ୍କର): ରାସ୍ତାରେ ପଡ଼ିଛି ଟଙ୍କା ବିଡ଼ା । ଏକଥା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ରାଜଧାନୀର ଗଙ୍ଗନଗର ଛକରୁ ଦେଢ଼ ଲକ୍ଷ ଟଙ୍କା ପୋଲିସ ଜବତ କରିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଉକ୍ତ ଟଙ୍କାର କେହି ଦାବିଦାର ନାହାନ୍ତି ।

ସୂଚନା ଅନୁସାରେ, ଭୁବନେଶ୍ୱରର ଗଙ୍ଗନଗରରୁ ୫୦୦ ଟଙ୍କିଆ ୩ଟି ବିଡ଼ା ଜବତ କରାଯାଇଛି । ସମୁଦାୟ ଟଙ୍କା ଦେଢ଼ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି । ଟଙ୍କାର ହିତାଧିକାରୀଙ୍କ ପରିଚୟ ମିଳିପାରିନାହିଁ । ଫଳରେ ବାଧ୍ୟହୋଇ ପୋଲିସ ଉକ୍ତ ଟଙ୍କାକୁ ନିଜ ହେପାଜତରେ ରଖିଛି । ତେବେ ଏହି ଟଙ୍କାକୁ କିଏ, କାହିଁକି ଓ କିପରି ଏଠାରେ ରଖିଲା ତାହା ଅସ୍ପଷ୍ଟ ରହିଛି । ଆବଶ୍ୟକ ତଥ୍ୟ ଆଧାରରେ ଏହି ଟଙ୍କାକୁ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି ।