ଭୁବନେଶ୍ୱର,୮ ।୧(ଓଡିଶା ଭାସ୍କର): ବହୁଚର୍ଚ୍ଚିତ ନୟାଗଡ ଯଦୁପୁର ‘ପରୀ’ ମୃତ୍ୟୁ ମାମଲାରେ ଅଭିଯୁକ୍ତର ହେବନି ନାର୍କୋ ଟେଷ୍ଟ । ସହମତି ନମିଳିବାରୁ ଅନୁମତି ଦେଲେନି ଜୁଗେନାଇଲ ଜଷ୍ଟିସ ବୋର୍ଡ । ତେବେ ନାର୍କୋ ଆନାଲିସିସ୍ ଟେଷ୍ଟ ପାଇଁ ଏସଆଇଟି ଆବେଦନ କରିଥିଲା । ପୁଣି ନାବାଳକ ଅଭିଯୁକ୍ତକୁ ଅନୁଗୁଳ ବାଳସୁଧାର ଗୃହକୁ ପଠାଯାଇଛି ।