fbpx

କୃଷି ଆଇନ ଉପରେ ସୁପ୍ରିମକୋର୍ଟଙ୍କ ରୋକ୍

ନୂଆଦିଲ୍ଲୀ,୧୨ ।୧:  ନୂଆ କୃଷି ଆଇନକୁ ନେଇ କୃଷକ ଓ କେନ୍ଦ୍ର ମଧ୍ୟରେ କୌଣସି ସମାଧାନ ବାହାରୁନଥିବା ବେଳେ ଆଜି ଏହା ଉପରେ ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ । କେନ୍ଦ୍ର ସରକାରଙ୍କ ଦ୍ୱାରା ପାସ୍ ହୋଇଥିବା ୩ଟି କୃଷି ଆଇନ ଲାଗୁ ହେବା ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ଆଜି ଏହି ଶୁଣାଣି କରିଛନ୍ତି । ଏହା ସହ ମାମଲାକୁ ସମାଧାନ କରିବା ପାଇଁ ଏକ କମିଟି ଗଠନ କରିଛନ୍ତି । କମିଟିର ସଦସ୍ୟ ରହିବେ ହରସିମରତ ମାନ୍, ପ୍ରମୋଦ ଯୋଶୀ, ଅଶୋକ ଗୁଲାଟି ଓ ଅନିଲ ଧନୱନ୍ତ ।

ସରକାରଙ୍କ ଓ କୃଷକଙ୍କ ମଧ୍ୟରେ ଆଲୋଚନା ଦ୍ୱାରା କୌଣସି ସମାଧାନ ନବାହାରିବାରୁ ଏପରି ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ । ତେବେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କୃଷି ଆଇନ କାର୍ଯ୍ୟକାରୀ ହେବ ନାହିଁ ।

Get real time updates directly on you device, subscribe now.