fbpx

ରାଜ୍ୟରେ ଡଲଫିନ୍ ଗଣନା କାର୍ଯ୍ୟ ଆରମ୍ଭ

ଭୁବନେଶ୍ୱର, ୧୭ା୧ (ଓଡିଶା ଭାସ୍କର): ରାଜ୍ୟରେ ଡଲଫିନ୍ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି । ଏନେଇ ଆଜିଠାରୁ ଚିଲିକା ଓ ଭିତରକନିକାରେ ବିଭାଗ ପକ୍ଷରୁ ନିୟୋଜିତ ଟିମ କାର୍ଯ୍ୟ ଆରମ୍ଭ କରିଛନ୍ତି । ଚିଲିକା ଅନ୍ତର୍ଗତ ବାଲୁଗାଁ ରେଞ୍ଜରେ ୧୦ଟି ଟିମ୍ ଡଲଫିନ ଗଣନା କାର୍ଯ୍ୟରେ ନିୟୋଜିତ ରହିଛନ୍ତି । ୧୮ଟି ଟିମର ୭୨ ସଦସ୍ୟଙ୍କୁ ଗଣନାରେ ସାମିଲ କରାଯାଇଛି । ଏନେଇ ଚିଲିକା ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାର ଗହୀରମଥା ଓ ଭିତରକନିକାରେ ଡଲଫିନ୍ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି । ୯ଟି ଟିମ ଏହି ଗଣନା କାର୍ଯ୍ୟରେ ନିୟୋଜିତ ରହିଛନ୍ତି । ପ୍ରତି ଟିମରେ ୩ରୁ ୪ ଜଣ ସଦସ୍ୟ ରହିଛନ୍ତି । ଅସ୍ତରଙ୍ଗରେ ୪ଟି ଟିମଙ୍କୁ ନିୟୋଜିତ କରାଯାଇଛି । ଦେବୀ ମୁହାଣଠାରୁ ଧାମରା ମୁହାଣ ପର୍ଯ୍ୟନ୍ତ ଏହି କାର୍ଯ୍ୟ ଜାରି ରହିଛି । ଏଥିସହ ସମୁଦ୍ର, ନଦୀ ଓ ଜଳାଶୟଗୁଡ଼ିକୁ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି ।

Get real time updates directly on you device, subscribe now.