fbpx

ସ୍ୱାମୀ ସାଜିଲା ସଇତାନ: ଭାଇରାଲ୍ କଲା ପତ୍ନୀଙ୍କ ଅଶ୍ଲୀଳ ଫଟୋ

ଆଗ୍ରା, ୨୩ା୧: ଜଣେ ସ୍ୱାମୀର କଳଙ୍କିତ କାରନାମା ଖବର ସାମନାକୁ ଆସିଛି । ସ୍ୱାମୀ ଜଣଙ୍କ ନିଜ ସ୍ତ୍ରୀଙ୍କର ଫଟୋକୁ ସୋସିଆଲ ମିଡ଼ିଆରେ ଭାଇରାଲ କରିଛନ୍ତି । ତେବେ ଏହି ଖବର ପତ୍ନୀ ଜାଣିବା ପରେ ଅଭିଯୋଗ କରିବା ପରେ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।

ଘଟଣାଟି ଘଟିଛି ଉତ୍ତରପ୍ରଦେଶର ଆଗ୍ରା ଅଞ୍ଚଳରେ । ମହିଳା ଜଣକ ୮ ପୂର୍ବେ ବିବାହ କରିଥିଲେ । ତାଙ୍କ ପତିଙ୍କର ଏକ ପାର୍ଟସ ଦୋକାନ ରହିଥିବା ବେଳେ ବିବାହ ପରେ ପତ୍ନୀଙ୍କୁ ଯୌତୁକୁ ନିର୍ଯାତନା ଦିଆଯିବା ଆରମ୍ଭ ହୋଇଥିଲା । ମହିଳା ଜଣଙ୍କ ଗର୍ଭବତୀ ଥିବା ସମୟରେ ସ୍ୱାମୀ ତାଙ୍କୁ ଘରୁ ବାହାର କରିଦେଇଥିଲେ । ପରେ ମହିଳା ଜଣକ ଗୋଟିଏ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିଲେ । କନ୍ୟା ସନ୍ତାନର ଭରଣପୋଷଣ ପୋଷଣ ପାଇଁ ମହିଳା ଜଣକ ଥାନାର ଦ୍ୱାରସ୍ଥ ହୋଇଥିଲେ । ପତି ଏଥିରେ କ୍ରୋଧାନ୍ୱିତ ହେବା ସହ ମହିଳାଙ୍କୁ କେସ ଉଠାଇ ନେବାକୁ ଧମକ ଦେଇଥିଲେ ଓ ମହିଳାଙ୍କ ଅଶ୍ଲୀଳ ଭିଡିଓ ସୋସିଆଲ ମିଡ଼ିଆରେ ଅପଲୋଡ କରିଦେଇଥିଲେ । ତେବେ ଘଟଣାର ତଦନ୍ତ ଜାରି ରହିଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି ।

Get real time updates directly on you device, subscribe now.