fbpx

ସିକ୍କିମ ସୀମାରେ ଭାରତ-ଚୀନ୍ ସଂଘର୍ଷ

ସିକ୍କିମ,୨୫ ।୧: ପୁଣି ସୀମାରେ ଭାରତ ଓ ଚୀନ ସେନା ହାତାହାତି । ଉତ୍ତର ସିକ୍କିମର ନକୁ ଲା’ରେ ଦୁଇ ଦେଶର ସେନା ହାତାହାତି ହୋଇଛନ୍ତି । ଦୁଇ ଦେଶର ଯବାନଙ୍କ ମଧ୍ୟରେ ବଡ ସଂଘର୍ଷ ହୋଇଥିବା ସୂଚନା ମିଳିଛି । ହାତାହାତି ଯୋଗୁଁ ଉଭୟ ଦେଶର ଯବାନ ଆହତ ହୋଇଛନ୍ତି ।

ତେବେ ଚୀନ୍ ସେନା ଏଲଏସି ଅତିକ୍ରମ କରିବା ବେଳେ ବାଧା ଦେଇଥିଲେ ଭାରତୀୟ ସେନା । ଭାରତୀୟ ଯବାନଙ୍କ କଡା ଜବାବରେ ଚୀନ୍ ସେନା ପଛକୁ ହଟିଛି । କିନ୍ତୁ ଏହି ସଂଘର୍ଷରେ ଚୀନର ପାଖାପାଖି ୨୦ସୈନିକ ଆହତ ହୋଇଛନ୍ତି । ଅନ୍ୟପଟେ ସଂଘର୍ଷରେ ୪ଜଣ ଭାରତୀୟ ଯବାନ ଆହତ ହୋଇଥିବା ଜଣାପଡିଛି । ଲଦାଖର ୯ମ ରାଉଣ୍ଡ କଥାବାର୍ତ୍ତା ପୂର୍ବରୁ ଏହି ସଂର୍ଘଷ ହୋଇଛି ।

Get real time updates directly on you device, subscribe now.