fbpx

ଏଣିକି ଘରେ ବସି କରିପାରିବେ ଭୋଟର ପରିଚୟ ପତ୍ର ଡାଉନଲୋଡ୍, ଜାଣନ୍ତୁ କଣ ରହିଛି ପ୍ରକ୍ରିୟା

ନୂଆଦିଲ୍ଲୀ, ୨୫ା୧: ଏଣିକି ଘରେ ବସି ପାଇପାରିବେ ଭୋଟର ପରିଚୟ ପତ୍ର । ବାରମ୍ବାର ଅଫିସକୁ ଦୌଡ଼ିବାକୁ ଆଉ ପଡ଼ିବ ନାହିଁ । ଆଧାର କାର୍ଡ ପରି ଭୋଟର କାର୍ଡ ଅନଲାଇନରେ ଡାଉନଲୋଡ୍ କରିହେବ । ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଇଲେକ୍ଟ୍ରୋନିକ୍ସ ମତଦାତା ପରିଚୟପତ୍ର ବା ଇ-ଭୋଟର କାର୍ଡ ଜାରି କରାଯାଇଛି । କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଆଜି ଏହାର ଶୁଭାରମ୍ଭ କରିଛନ୍ତି ।

ତେବେ ଭୋଟର କାର୍ଡର ଇ-ଭର୍ସନ ମୋବାଇଲ କିମ୍ବା କମ୍ପ୍ୟୁଟରରୁ ଡାଉନଲୋଡ କରିହେବ । ଏହା ଡିଜିଟାଲ ଲକର ପରି ସୁରକ୍ଷିତ ରହିବା ସହ ଡିଜିଟାଲରେ କୌଣସି ପ୍ରକାର ଏଡିଟ କରିହେବ ନାହିଁ । ଏହି ପ୍ରକ୍ରିୟା ପାଇଁ ମତଦାତାଙ୍କ ଇ-ମେଲ ସହିତ ମୋବାଇଲ ନମ୍ବର ବାଧ୍ୟତାମୂଳକ କରାଯାଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ଏଥିରେ ମେସେଜ, ଓଟିପି ଆଦିର ସୁବିଧା ରଖାଯାଇଛି । ପୂର୍ବରୁ ଆଧାର କାର୍ଡ, ପାନ୍ କାର୍ଡ ଓ ଡ୍ରାଇଭିଂ ଲାଇସେନ୍ସ ଡିଜିଟାଲ ଫର୍ମାଟରେ ଉପଲବ୍ଧ ଥିବା ବେଳେ ଏବେ ଭୋଟର କାର୍ଡ ମଧ୍ୟ ଅନଲାଇନରେ ମିଳିପାରିବ ।

Get real time updates directly on you device, subscribe now.