fbpx

ଝରାଫୁଲ ମୁତ୍ୟୁ ଘଟଣା: ପୋଲିସ ହାତରେ ଆଉ ଏକ ପ୍ରମାଣ, ଜାଣନ୍ତୁ କ’ଣ?

ଭୁବନେଶ୍ୱର,୫ ।୨(ଓଡିଶା ଭାସ୍କର): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ମାମଲାରେ ତଦନ୍ତ ଜାରି ରହିଛି । ଝରାଫୁଲ ମୃତ୍ୟୁ ଘଟଣାରେ ପୋଲିସ ହାତରେ ଲାଗିଛି ଆଉ ଏକ ପ୍ରମାଣ । ଘଟଣାଦିନ ଅଭିଯୁକ୍ତ ରାକେଶ ସ୍ୱାଇଁ ପିନ୍ଧିଥିବା ପ୍ୟାଣ୍ଟ ସାର୍ଟ ଜବତ କରିଛି ପୋଲିସ । ଏହା ସହ ଘଟଣାଦିନ ରାକେଶ ବ୍ୟବହାର କରିଥିବା ମୋବାଇଲ ବି ଜବତ କରାଯାଇଛି । ୩ ଦିନିଆ ରିମାଣ୍ଡ ସରୁଥିବାରୁ ରାକେଶକୁ ଆଜି କୋର୍ଟରେ ହାଜର କରାଯିବ ।

ଗତକାଲି ଭୁବନେଶ୍ୱର ସୁନ୍ଦରପଦାରୁ ସ୍କୁଟରକୁ ଜବତ କରିଥିଲା ଯାଜପୁର ପୋଲିସ । ଜବତ ହୋଇଥିବା ସ୍କୁଟରରେ ଝରାଫୁଲକୁ ନେଇ ଯାଇଥିଲା ଅଭିଯୁକ୍ତ ରାକେଶ ସ୍ୱାଇଁ । ସିସିଟିଭିରୁ ଝରାଫୁଲଙ୍କୁ ନେବା ଆଣିବାର ଦୃଶ୍ୟ କଏଦ ହୋଇଥିଲା । ସ୍କୁଟରରେ ଅଭିଯୁକ୍ତ ରାକେଶ ଓ ତାର ସହଯୋଗୀ ଝରାଫୁଲଙ୍କୁ ନେଇଥିଲେ ।

ତେବେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲଙ୍କ ମୃତଦେହ ଯାଜପୁର ଜିଲ୍ଲା କୁଆଖିଆ ମୂଳାପାଳ ଛକ ନିକଟ ଦିଆଲଖଣ୍ଡ ମୌଜାର ରାସ୍ତାକଡ଼ରୁ ଉଦ୍ଧାର କରାଯାଇଥିଲା । ଏହି ଘଟଣାରେ ୨ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିଲା । ସେମାନେ ମୃତଦେହକୁ ସ୍କୁଟରରେ ଆଣି ଫିଙ୍ଗିଥିବା ପୋଲିସ ସୂଚନା ଦେଇଥିଲା । ରାକେଶ ସ୍ୱାଇଁ ନାମକ ଜଣେ ଯୁବକଙ୍କ ସହ ତାଙ୍କ ଝିଅର ପ୍ରେମ ସମ୍ପର୍କ ଥିବା ଝରାଫୁଲଙ୍କ ବାପା ଗଣମାଧ୍ୟମକୁ ସୂଚନା ଦେଇଥିଲେ ।

Get real time updates directly on you device, subscribe now.