fbpx

ଆଜି କରୋନା ଟିକା ନେବେ ପୋଲିସ କର୍ମଚାରୀ

ଭୁବନେଶ୍ୱର,୬ ।୨(ଓଡିଶା ଭାସ୍କର): ରାଜ୍ୟରେ ଆଜିଠାରୁ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକାଦାନ କରାଯାଉଥିବା ବେଳେ ଆଜି ଆଗଧାଡିର କର୍ମଚାରୀମାନେ ଟିକା ନେବେ । ପ୍ରଥମେ ପୋଲିସ କର୍ମଚାରୀ ଡିଜି, ହୋମଗାର୍ଡ ଓ ପୋଲିସ କମିସନର ଟିକା ନେବେ । ଭୁବନେଶ୍ୱର ୧୯ଟି ପ୍ରତିଷ୍ଠାନର ୮୯୩୭ ପୋଲିସ କର୍ମଚାରୀ ଟିକା ନେବେ । ପୋଲିସ ରିଜର୍ଭ ହସ୍ପିଟାଲ, ସପ୍ତମ ବାଟାଲିୟନ ହସ୍ପିଟାଲରେ ଟିକା ଦିଆଯିବ । କମିସନର ପୋଲିସ ଅଫିିିସରେ ମଧ୍ୟ ଟିକାକରଣ ହେବ ।

ସେହିପରି କଟକର ୧୧ଟି ପ୍ରତିଷ୍ଠାନରେ ୬୮୬୭ ପୋଲିସ କର୍ମଚାରୀ ଟିକା ନେବେ । କଟକ ନେତାଜୀ ଷ୍ଟାଡିୟମରେ ଟିକାକରଣ କେନ୍ଦ୍ର ହୋଇଛି ।

Get real time updates directly on you device, subscribe now.