fbpx

କୋରାପୁଟ ଗସ୍ତରେ ପୋଲିସ ଡିଜି

ଭୁବନେଶ୍ୱର, ୭ା୨ (ଓଡିଶା ଭାସ୍କର): ଆଜି କୋରାପୁଟରେ ଗସ୍ତରେ ଯାଇଛନ୍ତି ପୋଲିସ ଡିଜି ଅଭୟ । ଏହି ଅବସରରେ ସେ ଆଇନ ଶୃଙ୍ଖଳା ଓ ମାଓ ଗତିବିଧି ନେଇ ଆଲୋଚନା କରିବେ । ସେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜିଙ୍କ ରେଞ୍ଜ ଅଫିସରେ ଗୁଇନ୍ଦା ନିର୍ଦ୍ଦେଶକଙ୍କ ସହିତ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି । ବୈଠକରେ ଅତିରିକ୍ତ ଡିଜିଙ୍କ ସମେତ ୬ ଜିଲ୍ଲାର ଏସପିଙ୍କ ସହ ଅନ୍ୟ ଅଧିକାରୀମାନେ ଯୋଗଦେବେ ।

ସୂଚନାଯୋଗ୍ୟ ଯେ, ପୋଲିସ ପକ୍ଷରୁ ବାରମ୍ବାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିଲେ ମଧ୍ୟ ମାଓ କାର୍ଯ୍ୟକଳାପ କମିବାର ନାଁ ଧରୁନାହିଁ । ଗତ ୨ ତାରିଖରେ ମାଲକାନଗିରି ଜିଲ୍ଲାର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏକ ବଡ଼ଧରଣର ମାଓ ଯୋଜନା ପଣ୍ଡ ହୋଇଥିଲା । ମାଓବାଦୀମାନେ ଲ୍ୟାଣ୍ଡ ମାଇନ ଖଞ୍ଜିଥିଲେ । ଘଟଣାସ୍ଥଳରେ ସିଆରପିଏଫ୍ ଯବାନ ପହଞ୍ଚି ୨ଟି ଲ୍ୟାଣ୍ଡ ମାଇନକୁ ନିଷ୍କ୍ରିୟ କରିଦେଇଥିଲେ । ପୂର୍ବରୁ ଅନେକ ଥର ମାଓବାଦୀମାନେ ପୋଲିସକୁ ଟାର୍ଗେଟ କରି ଲ୍ୟାଣ୍ଡମାଇନ ଦ୍ୱାରା ଗାଡ଼ି ବିସ୍ଫୋରଣ କରିଛନ୍ତି ।

Get real time updates directly on you device, subscribe now.