fbpx

ଆଜିଠାରୁ ଖୋଲିବ ନବମ ଓ ଏକାଦଶ : ସକାଳ ୮.୩୦ରୁ ୧୦.୩୦ ଚାଲିବ ପାଠପଢ଼ା

ଭୁବନେଶ୍ୱର, ୮ା୨ (ଓଡିଶା ଭାସ୍କର): ରାଜ୍ୟରେ ଆଜିଠାରୁ ନବମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ । କୋଭିଡ୍ ନିୟମ ଅନୁଯାୟୀ ସକାଳ ୮.୩୦ରୁ ୧୦.୩୦ ପର୍ଯ୍ୟନ୍ତ ପାଠପଢ଼ା ଚାଲିବ । ଏହି ଅବସରରେ ସମସ୍ତ ସ୍କୁଲ ପରିସରକୁ ସାନିଟାଇଜ କରାଯିବା ସହ ଅନ୍ୟ ସରକାରୀ ନିୟମାବଳୀକୁ ପାଳନ କରାଯିବାକୁ କୁହାଯାଇଛି ।

ସୂଚନାଯୋଗ୍ୟ ଯେ, କରୋନା ମହାମାରୀ କାରଣରୁ ଶିକ୍ଷାନୁଷ୍ଠାନଗୁଡ଼ିକ ପ୍ରାୟତଃ ଗତ ବର୍ଷ ମାର୍ଚ୍ଚ ମାସରୁ ବନ୍ଦ ରହିଥିଲା । ଗତ ଜାନୁଆରୀ ମାସ ୮ ତାରିଖରେ ଦଶମ ଓ ଦ୍ୱାଦଶ ଶ୍ରେଣୀ କ୍ଲାସ ଆରମ୍ଭ ହୋଇଥିଲା ବେଳେ ଆଜି ନବମ ଓ ଏକାଦଶ ପାଠପଢ଼ା ଆରମ୍ଭ ହେବ । ତେବେ ଫେବୃଆରୀ ୮ରୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ପାଠପଢ଼ା ଚାଲିବା ସହ ସପ୍ତାହର ସୋମବାରରୁ ଶନିବାର ପର୍ଯ୍ୟନ୍ତ କ୍ଲାସ କରାଯିବ । ଏପ୍ରିଲ ମାସ ଶେଷ ସପ୍ତାହରେ ବାର୍ଷିକ ପରୀକ୍ଷା କରାଯିବ । ଏଥି ସହ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଏସଓପି ନବମ ଓ ଏକାଦଶ ଶ୍ରେଣୀ ପାଇଁ ଲାଗୁ କରାଯିବ ବୋଲି କୁହାଯାଇଛି ।

ଗତକାଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଆଜି ନବମ ଓ ଏକାଦଶ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିବ ବୋଲି ସୂଚନା ଦେଇଥିଲେ । ପରୀକ୍ଷା ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଥିବା ସେ କହିଥିଲେ । ଏହି ଅବସରରେ ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ, ଶିକ୍ଷୟିତ୍ରୀ ସହଯୋଗ କରିବାକୁ ମନ୍ତ୍ରୀ ଅନୁରୋଧ କରିଥିଲେ ।

Get real time updates directly on you device, subscribe now.