fbpx

ଜଙ୍ଗଲ ମଧ୍ୟରେ ଘାଏଲ୍ ଦନ୍ତାହାତୀ ର ଚିକିତ୍ସା ପରେ ମୃତ୍ୟୁ, ଦେଖନ୍ତୁ ଭିଡ଼ିଓ

ଟାଙ୍ଗି, ,୮ ।୨(ଓଡିଶା ଭାସ୍କର):  : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବନ ବିଭାଗ ରେଞ୍ଜ ଇଲାକା ପଟିଆ ମାଳ ଜଙ୍ଗଲ-ବେତନଳୀ ଜଙ୍ଗଲ ରେ ରହୁଥିବା ହାତୀପଲ୍ଲ ଙ୍କ ମଧ୍ୟରୁ ଗୋଟିଏ ଦନ୍ତାହାତୀ ଅସୁସ୍ଥ ହେବାରୁ ଗତକାଲି ସନ୍ଧ୍ୟାରେ ଜଙ୍ଗଲ ମଧ୍ୟରେ ତା’ର ଚିକିତ୍ସା କରାଯାଇଥିଲେ ମଧ୍ୟ ଆଜି ତାହାର ମୃତ୍ୟୁ ହୋଇଛି ।
ଏକ ହାତୀପଲ୍ଲ ରେ ଗୋଟିଏ ଦନ୍ତାହାତୀ ଅସୁସ୍ଥ ଥିବା ଖବର ବନ ବିଭାଗ ଜାଣିବା ପରେ ଟାଙ୍ଗି ବନ ବିଭାଗର ଅପରେସନ ଆରମ୍ଭ ହୋଇଥିଲା । OUAT ର ଏକ ଡାକ୍ତରୀଟିମ୍ ସହ ବନ ବିଭାଗ ଜଙ୍ଗଲ ମଧ୍ୟକୁ ଯାଇ ଘାଏଲ୍ ଗଜରାଜ କୁ ଚିହ୍ନଟ କରିଥିଲେ। ପ୍ରଥମେ ଟ୍ରାକୁଂଲାଇଜର ଦ୍ୱାରା ହାତୀ ଟିକୁ କାବୁ କରିବା ପରେ ଚିକିତ୍ସା କରାଯାଇଥିଲା , ମାତ୍ର ଡାକ୍ତରୀଟିମ୍ ସଫଳ ହୋଇ ପାରିନଥିଲା , ଆଉ ଶେଷରେ ସେହି ହାତୀ ଟିର ମୃତ୍ୟୁ ହୋଇଛି | ବନ ବିଭାଗ ଠାରୁ ଖବର ପାଇବା ପରେ OUAT ଡାକ୍ତରୀଟିମ୍ ଜଙ୍ଗଲ ମଧ୍ୟରେ ଚିକିତ୍ସା କରିଥିଲେ , ଦନ୍ତାହାତୀ ଟିର ଦେହ ଅସୁସ୍ଥ ହେବା , ଖାଦ୍ୟ ନଖାଇବା , ଝାଡା ନହେବା ରୁ ହାତୀ ଟି ଅସୁସ୍ଥ ହୋଇ ଯାଇଥିଲା । ପରେ ବନ ବିଭାଗ ପକ୍ଷରୁ ଡାକ୍ତରୀଟିମ୍ ଦ୍ୱାରା ପଞ୍ଚନାମା କରାଯାଇଛି , ମାତ୍ର ବ୍ୟବଛେଦ ରିପୋର୍ଟ ମିଳିବା ପରେ ସ୍ପଷ୍ଟ ହେବ ମୃତ୍ୟୁ ର କାରଣ ।

Get real time updates directly on you device, subscribe now.