fbpx

ଟ୍ରକ୍-ବାଇକ ମୁହାଁମୁହିଁ, ୨ମୃତ

ଢ଼େଙ୍କାନାଳ, ୧୫ା୧(ଓଡ଼ିଶା ଭାସ୍କର): ଢ଼େଙ୍କାନାଳ କଣ୍ଟନାଳି ଛକରେ ଏକ ଅଭାବନୀୟ ଘଟଣା ଘଟିଛି । ସେଠାରେ ଟ୍ରକ ଓ ଏକ ବାଇକ ମୁହାଁମୁହିଁ ଧକ୍କା ହୋଇଥିବା ସୂଚନା ମିଳିଛି । ସେହି ଦୁର୍ଘଟଣାରେ ବାଇକରେ ଯାଉଥିବା ଜଣେ ପୁରୁଷ ଓ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏହାପରେ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ମୃତ ପୁରୁଷ ଜଣକ ଯାଜପୁର ଅଞ୍ଚଳର ଏବଂ ତାଙ୍କ ନାମ ରାଖାଲ ସାମଲ ବୋଲି ଜଣାପଡ଼ିଛି । ପୁରୁଷ ଜଣକ ମହିଳାଙ୍କୁ ଗାଡ଼ିରେ ବସେଇ ଆଣୁଥିବା ସମୟରେ ରାସ୍ତାର ଅନ୍ୟପଟୁ ୧୬ଚକିଆ ମାଲ୍ ବୋଝେଇ ଟ୍ରକ୍ ଆସି ବାଇକକୁ ଧକ୍କା ଦେଇଥିଲା । ସେଠାରେ ଦୁଇଜଣଙ୍କର ମୃତ୍ୟୁ ଘଟିଥିଲା । କିନ୍ତୁ ମୃତ ମହିଳା ଜଣଙ୍କର ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏହାପରେ ସ୍ଥାନୀୟ ଳୋକମାନେ ପୋଲିସକୁ ଖବର ଦେଇଥିଲେ । ପରେ ଟାଉନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରିବା ସାଙ୍ଗକୁ ଘଟଣାର ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.