fbpx

ଆଜିଠାରୁ କଦଳୀ ଫୁଲ ସେବନ କରନ୍ତୁ, କେବେ ହେବନି ଶରୀରରେ ରକ୍ତର ଅଭାବ

ସାଧାରଣତଃ କଦଳୀ ଖାଇବାକୁ ସ୍ୱାଦଯୁକ୍ତ ହେବା ସହ ଶରୀର ପାଇଁ ବହୁତ ଉପକାରୀ ସାବ୍ୟସ୍ତ ହୋଇଥାଏ । ସେହିପରି କଦଳୀ ଫୁଲରେ ମଧ୍ୟ ଔଷଧୀୟ ଗୁଣ ଭରପୁର ହୋଇ ରହିଛି । ଅନେକ ଲୋକ କଦଳୀ ଫୁଲକୁ ପରିବା ଆକାରେ ରାନ୍ଧି ଖାଇଥାନ୍ତି, ଯାହାକି ସ୍ୱାସ୍ଥ୍ୟ ପକ୍ଷେ ଲାଭଦାୟକ ହୋଇଥାଏ । ଆସନ୍ତୁ ଜାଣିବା କଦଳୀ ଫୁଲର ଉପକାରିତା ବିଷୟରେ:-

– କଦଳୀ ଫୁଲରେ ଫସଫରସ, କ୍ୟାଲସିୟମ, ପୋଟାସିୟମ, ମ୍ୟାଗ୍ନେସିୟମ, ଲୌହ ଆଦି ପୋଷକ ତତ୍ତ୍ୱ ରହିଛି । ଏହା ଶରୀରକୁ ଅନେକ ରୋଗ ସଂକ୍ରମଣରୁ ରକ୍ଷା କରିଥାଏ । ଶରୀରରେ ରୋଗ ସୃଷ୍ଟିକାରୀ ବ୍ୟାକ୍ଟେରିଆକୁ କଦଳୀ ଫୁଲ ନଷ୍ଟ କରିଦେଇଥାଏ ।

– ମହିଳାମାନଙ୍କର ଋତୁସ୍ରାବ ସମୟରେ ଅତ୍ୟଧିକ ରକ୍ତସ୍ରାବରୁ ରକ୍ଷା ପାଇବା ପାଇଁ କଦଳୀ ଫୁଲକୁ ବ୍ୟବହାର କରାଯାଏ । ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କ ଏହି ଫୁଲ ବହୁତ ଉପକାରୀ ହୋଇଥାଏ । ଏହି ଫୁଲ ଶରୀରରେ ପ୍ରୋଜେଷ୍ଟରନ ହରମୋନ ବୃଦ୍ଧିରେ ସହାୟକ ହୁଏ ।

– ପେଟରେ ଯନ୍ତ୍ରଣା ହେଉଥିଲେ କଦଳୀ ଫୁଲର ଉପଯୋଗ କରାଯାଇଥାଏ । ଏଥିରେ ମ୍ୟାଗ୍ନେସିୟମ ରହିଥିବାରୁ ଏହା ଚିନ୍ତାକୁ କମ କରିବା ସହ ମୁଡ୍ ଠିକ କରିଥାଏ । ଏହା ପ୍ରାକୃତିକ ରୂପରେ ଅବସାଦରୋଧୀ ଭାବେ କାର୍ଯ୍ୟ କରିଥାଏ ।

– ଆଜିକାଲି ରକ୍ତହୀନତା ଅଧିକାଂଶ ଲୋକଙ୍କ ଠାରେ ଦେଖାଦେଇଥାଏ । କଦଳୀ ଫୁଲ ସେବନ କରିବା ଦ୍ୱାରା ଶରୀରେ କେବେ ବି ରକ୍ତର ଅଭାବ ରହେ ନାହିଁ । ଏହା ଶରୀରରେ ପାଚନ କ୍ରିୟାକୁ ଠିକ ରଖିଥାଏ ।

Get real time updates directly on you device, subscribe now.