fbpx

ଉତ୍ତପ୍ତ ସହର ପାଲଟିଛି ଭୁବନେଶ୍ୱର, ଆଜି ୪୦ ଡିଗ୍ରୀ ପାର୍

ଭୁବନେଶ୍ୱର,୨୬ ।୨(ଓଡିଶା ଭାସ୍କର): ଦିନକୁ ଦିନ ଗ୍ରୀଷ୍ମପ୍ରବାହ ବଢି ଚାଲିଛି । ଲଗାତାର ଭାବେ ରାଜ୍ୟରେ ଉତ୍ତପ୍ତ ସହର ପାଲଟିଛି ଭୁବନେଶ୍ୱର । ଆଜି ଭୁବନେଶ୍ୱରର ତାପମାତ୍ରା ୪୦ ଡିଗ୍ରୀ ଟପିଛି । ଭୁବନେଶ୍ୱର ସର୍ବାଧିକ ୪୦.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଆଜି ଦିନବେଳା ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୩୯.୪ ଡିଗ୍ରି ସେଲସିଅସ୍ ରେକର୍ଡ କରାଯାଇଛି, ଯାହା ଗତ ୧୦ ବର୍ଷରେ ତୃତୀୟ ସର୍ବାଧିକ ବୋଲି କୁହାଯାଉଛି । ତେବେ ଆସନ୍ତା ୫ ଦିନ ଯାଏଁ ତାପମାତ୍ରା ସ୍ୱାଭାବିକ ଠାରୁ ୩ରୁ ୪ ଡିଗ୍ରି ଅଧିକ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

ତେବେ ଆସନ୍ତା ୫ ଦିନ ଯାଏଁ ସ୍ୱାଭାବିକ ତାପମାତ୍ରା ଠାରୁ ଅଧିକ ୩ ରୁ ୪ ଡିଗ୍ରୀ ଉପରେ ପାରଦ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ରାଜଧାନୀ ଭୁବନେଶ୍ୱର ସମେତ ଟିଟିଲାଗଡ, ସମ୍ବଲପୁରରେ ମଧ୍ୟ ତାପମାତ୍ରା ବୃଦ୍ଧି ପାଇଲାଣି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏବେ ସ୍କୁଲଗୁଡିକର ସମୟ ସକାଳୁଆ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

Get real time updates directly on you device, subscribe now.