fbpx

ହସି ହସି ନଦୀକୁ ଡେଇଁଲେ ବିବାହିତା ମହିଳା, ମୃତ୍ୟୁ ପୂର୍ବର ଭିଡିଓ ଭାଇରାଲ୍

ଅହମ୍ମଦାବାଦ, ୨୮ା୨: ଗୁଜରାଟର ଅହମ୍ମଦାବାଦର ଜଣେ ବିବାହିତା ମହିଳା ସାବରମତୀ ନଦୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ମୃତ୍ୟୁ ପୂର୍ବରୁ ସେ ଏକ ଭିଡିଓ ସୋସିଆଲ ମିଡ଼ିଆରେ ଶେୟାର କରିଛନ୍ତି । ଭିଡିଓରେ ମହିଳା ଜଣକ କହିଛନ୍ତି ଯେ, ସେ ବଞ୍ଚିଥିବା ସମୟରେ ଆରାମରେ ଜୀବନ ଅତିବାହିତ କରିଛନ୍ତି । ବର୍ତ୍ତମାନ ସେ ଈଶ୍ୱରଙ୍କ ପାଖକୁ ଯିବାକୁ ଚାହୁଁଛନ୍ତି । ଏହି ଘଟଣା ପରେ ପୋଲିସ ଏକ ମାମଲା ଦାୟର କରିବା ସହ ଯାଞ୍ଚ ଜାରି ରଖିଥିବା ଜଣାପଡ଼ିଛି ।

ମହିଳାଙ୍କର ପିତା କହିଛନ୍ତି ଯେ, ତାଙ୍କ ଝିଅ ୨୦୧୮ ମସିହାରେ ବିବାହ କରିଥିଲେ । ବିବାହ ପରେ ତାଙ୍କ ଝିଅଙ୍କୁ ଶାଶୂଘର ଲୋକେ ଯୌତୁକ ନିର୍ଯାତନା ଦେଉଥିଲେ । ଦାବି ମୁତାବକ ଅର୍ଥ ପ୍ରଦାନ କରିବା ପରେ ମଧ୍ୟ ଶାଶୂଘର ଲୋକଙ୍କ ନିର୍ଯାତନା କମି ନଥିଲା । ତେଣୁ ଏହି ନିର୍ଯାତନା ସହ୍ୟ କରିନପାରି ତାଙ୍କ ଝିଅ ପୂର୍ବରୁ ଥରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

Get real time updates directly on you device, subscribe now.