fbpx

ସଂକ୍ରମଣ ବଢ଼ୁଛି, ‘ଭିସୁଟ ଏବେ କଣ୍ଟେନମେଣ୍ଟ ଜୋନ୍

ସମ୍ବଲପୁର, ୨୮ା୨ (ଓଡିଶା ଭାସ୍କର): ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ବିଶ୍ୱବିଦ୍ୟାଳୟ (ଭିସୁଟ)କୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ୧୧ ଛାତ୍ରାବାସ ଓ ଛାତ୍ରୀନିବାସକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯିବା ସହ ଛାତ୍ରାବାସ ଆଖପାଖ ଅଞ୍ଚଳକୁ ବରଫଜୋନ୍ କରାଯାଇଛି ।

ସଂକ୍ରମଣକୁ ଦୃଷ୍ଟିରେ ଶତାଧିକ ଛାତ୍ରଛାତ୍ରୀଙ୍କ ନମୂନା ପରୀକ୍ଷଣ ପାଇଁ ପଠାଯାଇଛି । ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମର ଦ୍ୱିତୀୟ, ଚତୁର୍ଥ, ଷଷ୍ଠ, ଅଷ୍ଟମ ଓ ଦଶମ ସେମିଷ୍ଟର ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସକୁ ବାରଣ କରାଯାଇଛି । ହଷ୍ଟେଲରେ ଛାତ୍ରଛାତ୍ରୀ ଅନଲାଇନ କ୍ଲାସ କରିବାକୁ କୁହାଯାଇଛି । ତେବେ ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁଯାୟୀ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଭାରପ୍ରାପ୍ତ କୁଳପତି ପ୍ରଫେସର ବିବି ପତି ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଗତକାଲି ଭିସୁଟର ୨୫ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ସୁଦ୍ଧା ତାହା ୨୯ରେ ପହଞ୍ଚି ସାରିଲାଣି ।

Get real time updates directly on you device, subscribe now.