fbpx

ପତ୍ନୀଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ ଯୁବକ ଜମି ବିକ୍ରି କରିବାକୁ ପଛାଇଲେ ନାହିଁ

ସାଧାରଣତଃ ପତି ଓ ପତ୍ନୀ ଉଭୟ ପରସ୍ପରକୁ ଖୁସିରେ ରଖିବା ପାଇଁ ଅନେକ କିଛି ତ୍ୟାଗ କରିଥାନ୍ତି । କିଛି ପତି ନିଜର ପ୍ରିୟତମା ପତିଙ୍କୁ ଖୁସିରେ ରଖିବା ପାଇଁ ନିଜର ଜୀବନକୁ ମଧ୍ୟ ବାଜିରେ ଲଗାଇବାକୁ ପଛାଇ ନଥାନ୍ତି । ଏଭଳି ଏକ ଘଟଣା ଘଟିଛି ବାଂଲାଦେଶରେ । ଜଣେ ଯୁବକ ତାଙ୍କ ପତ୍ନୀଙ୍କ ଇଚ୍ଛା ପୂରଣ କରିବା ପାଇଁ ନିଜର ଜମିକୁ ବିକ୍ରି କରିବାକୁ ପଛାଇ ନାହାନ୍ତି ।

ବାଂଲାଦେଶର ଲାଲମୋନିରହାଟ ଅଞ୍ଚଳରେ ପଞ୍ଚଗ୍ରାମରେ ଦୁଲାଲ ଚନ୍ଦ୍ର ରାୟ ନିଜ ପତ୍ନୀ ତୁଳସୀ ରାଣୀ ଦାସୀଙ୍କ ସହିତ ରୁହନ୍ତି । ଏକ ହାତୀ କିଣିବା ତୁଳସୀଙ୍କ ସ୍ୱପ୍ନ ଥିଲା । ପତ୍ନୀଙ୍କ ସ୍ୱପ୍ନ ପୂରଣ କରିବା ପାଇଁ ଦୁଲାଲ ନିଜର ଜମିକୁ ବିକ୍ରି କରିଦେଇଛନ୍ତି । ପେଶାରେ ଜଣେ କୃଷକ ଦୁଲାଲ ୧୬.୫ ଲକ୍ଷ ଟଙ୍କା ଦେଇ ଏକ ହାତୀ କିଣିଛନ୍ତି । ହାତୀଟିକୁ କିଣିବା ପରେ ଦୁଲାଲ୨୦ ହଜାର ଟଙ୍କା ଦେଇ ଏକ ଭଡ଼ା ଟ୍ରକରେ ଘରକୁ ଆଣିଥିଲେ । ଏହା ପୂର୍ବରୁ ପତ୍ନୀଙ୍କର ସମସ୍ତ ଇଚ୍ଛାକୁ ଦୁଲାଲ ସମ୍ମାନ ଦେଇ ଆସିଛନ୍ତି । ପତ୍ନୀଙ୍କ ପାଇଁ କିଣିଥିବା ହାତୀକୁ ଦେଖିବାକୁ ଦୁଲାଲଙ୍କ ଘରେ ପାଖ ପଡ଼ିଶା ଜମା ହୋଇଯାଇଥିଲେ । ନିଜ ପତ୍ନୀଙ୍କ ସ୍ୱପ୍ନ ପୂରଣ କରିବା ପାଇଁ ହାତୀ ଜମି ବିକ୍ରି କରି ହାତୀ କିଣିବା ପ୍ରଥମ ଥର ଶୁଣୁଛନ୍ତି ବୋଲି ଜଣେ ଗ୍ରାମବାସୀ କହିଛନ୍ତି । ଏହି ଦମ୍ପତ୍ତିଙ୍କର ପରସ୍ପର ପ୍ରତି ରହିଥିବା ନିବିଡ଼ ପ୍ରେମ ସମ୍ପର୍କ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

Get real time updates directly on you device, subscribe now.