fbpx

ଆମ୍ ଆଦମୀ ପାର୍ଟିରେ ମିଶିଲେ ମିସ୍ ଇଣ୍ଡିଆ ମାନ୍ସି ସେହଗଲ

ନୂଆଦିଲ୍ଲୀ, ୧ା୩: ଆମ୍ ଆଦମୀ ପାର୍ଟି(ଏଏପି)ରେ ସାମିଲ ହୋଇଛନ୍ତି ମିସ୍ ଇଣ୍ଡିଆ ଦିଲ୍ଲୀ-୨୦୧୯ ମାନ୍ସି ସେହଗଲ । ଏଏପି ନେତା ତଥା ରାଜେନ୍ଦ୍ର ନଗର ବିଧାୟକ ରାଘବ ଚଢ଼ାଙ୍କ ଉପସ୍ଥିତିରେ ସେ ଦଳରେ ଯୋଗଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ମିସ୍ ଇଣ୍ଡିଆ ଦିଲ୍ଲୀ ପ୍ରତିଯୋଗିତାରେ ବିଜୟୀ ହେବା ପରେ ତାଙ୍କର ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହୋଇଥିଲା । ସେ ଅଙ୍ଗଦାନ ପରି ପରୋପକାର କାର୍ଯ୍ୟରେ ନିଜକୁ ସାମିଲ କରିଥିଲେ । ସେହଗଲ ଜଣେ ତାମିଲପ୍ରାପ୍ତ ଇଞ୍ଜିନିୟର, TEDx ସ୍ପିକର, ଉଦ୍ୟୋଗପତି ହେବା ସହ ତାଙ୍କର ନିଜର ଷ୍ଟାଟଅପ୍ ରହିଛି ।

ଯୁବକ ମାନଙ୍କୁ ରାଜନୀତିରେ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଆହ୍ୱାନ ଦେଉଛନ୍ତି । ଦିନକୁ ଦିନ ଆପର ଲୋକପ୍ରିୟତା ବୃଦ୍ଧି ପାଇ ଚାଲିଛି । ତେଣୁ ଶ୍ରୀ ଚଢ଼଼ା ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ସେ ମାନ୍ସିଙ୍କୁ ସ୍ୱାଗତ କରିଥିଲେ । ଦଳରେ ଯୋଗଦେବା ପରେ ମାନ୍ସି କହିଥିଲେ ଯେ, ଯେ କୌଣସି ରାଷ୍ଟ୍ରର ସମୃଦ୍ଧି ପାଇଁ ଶିକ୍ଷା ଓ ସ୍ୱାସ୍ଥ୍ୟ ଦୁଇଟି କ୍ଷେତ୍ର ନିହାତି ଦରକାର । କିଛି ବର୍ଷ ଧରି ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କ ଦୃଢ଼ ନେତୃତ୍ୱରେ ଏହି କ୍ଷେତ୍ରରେ ପରିବର୍ତ୍ତନ ଆସିଛି ବୋଲି ସେ ନିଜ ପ୍ରତିକ୍ରିୟାରେ କହିଥିଲେ ।

Get real time updates directly on you device, subscribe now.