fbpx

‘ଗୋଟିଏ ଗଛରୁ ବାହାରୁଛୁ ବିୟର’, ଶୁଣିବା ମାତ୍ରେ ଲାଗିଗଲା ଲୋକଙ୍କ ଲମ୍ବା ଲାଇନ୍

ଆମେ ସମସ୍ତେ ଜାଣୁ ଯେ, ଗଛ ଆମକୁ ଫଳ, ଫୁଲ, ପତ୍ର ଆଉ ଛାଇ ଦେଇଥାଏ । ମାତ୍ର ଯଦି ଆମେ ଶୁଣିବା ଗୋଟିଏ ଗଛରୁ ବିୟର ବାହାରୁଛି, ତେବେ କଥାଟି ନିଶ୍ଚୟ ଆମକୁ ଅଡ଼ୁଆ ଲାଗିବ । ଦିଲ୍ଲୀର ଏକ ନିମ୍ବ ଗଛରୁ ବିୟର ବାହାରିବା ଖବର ନଜରକୁ ଆସିଛି ।

ସୂଚନା ଅନୁଯାୟୀ, ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଉତ୍ତର କ୍ୟାମ୍ପସରେ ଏକ ନିମ୍ବ ଗଛ ରହିଛି । ଏହି ଗଛରୁ ବିୟର ପରି ଏକ ତରଳ ପାନୀୟ ବାହାରୁଛି, ଯାହାକି ବିୟର ପରି ନିଶାଯୁକ୍ତ ଅଟେ । ବିଶ୍ୱବିଦ୍ୟାଳୟର ଛାତ୍ରମାନେ ଏକଥା ଜାଣିବା ପରେ ଗଛ ପାଖରେ ଏକାଠି ରୁଣ୍ଡ ହୋଇଯାଇଥିଲେ । ଏପରିକି ବାହାର ଲୋକଙ୍କୁ ଏ ବିଷୟରେ ଜଣାପଡ଼ିବା ପରେ ବହୁସଂଖ୍ୟାରେ ଲୋକ ଜମା ହୋଇଥିଲେ ।

ଗୋଟିଏ ଦିନ ମଧ୍ୟରେ ଏହି ନିମ୍ବ ଗଛରୁ ୧ରୁ ଦେଢ଼ ଲିଟର ବିୟର ପର୍ଯ୍ୟନ୍ତ ବିୟର ପରି ଏକ ତରଳ ପଦାର୍ଥ ବାହାରୁଛି । କ୍ୟାମ୍ପସରେ ଲୋକଙ୍କ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ୟୁନିଭରସିଟି କୁଳପତି କଟକଣା ଜାରି କରିଥିଲେ । ତେବେ ବିଗତ ଏକ ବର୍ଷ ଧରି ଏହି ବୃକ୍ଷରୁ ଏହି ବିୟର ପରି ପଦାର୍ଥ ବାହାରୁଥିବା ବିଶ୍ୱବିଦ୍ୟାଳୟର ଛାତ୍ରମାନେ କହିଛନ୍ତି । ଜଣେ ବ୍ୟକ୍ତି ଏହାକୁ ପିଇବା ପରେ ତାଙ୍କୁ ନିଶା ସବାର ହୋଯାଇଥିଲା । ଏହି ବିୟର ବୃକ୍ଷକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଚାଲିଛି ।

Get real time updates directly on you device, subscribe now.