fbpx

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଲକ୍ଷ୍ମୀ ମିତ୍ତଲ, ଜାଣନ୍ତୁ କାହିଁକି?

ଭୁବନେଶ୍ୱର, ୪ ।୩(ଓଡିଶା ଭାସ୍କର):କରୋନା ଯୋଗୁଁ ଆର୍ଥିକ ସ୍ଥିତିରେ ବିଶେଷ ପ୍ରଭାବ ପଡିଛି । ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ଶିଳ୍ପପତି ଲକ୍ଷ୍ମୀ ମିତ୍ତଲ । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଲକ୍ଷ୍ମୀ ମିତ୍ତଲ ଭେଟିଥିବା ଜଣାପଡିଛି । ଓଡିଶାରେ ବିଭିନ୍ନ ପ୍ରକଳ୍ପ କରିବା ନେଇ ଦୁହିଁଙ୍କ ମଧ୍ୟରେ ଆଲୋଚନା ହୋଇଛି ।

ତେବେ ଏହା ପୂର୍ବରୁ ଓଡ଼ିଶାରେ ପୁଞ୍ଜିନିବେଶ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଲକ୍ଷ୍ମୀ ମିତ୍ତଲଙ୍କ ଆଲୋଚନା ହୋଇଥିଲା । ଓଡ଼ିଶାରେ ଉତ୍ପାଦିତ ହେଉଥିବା ଖଣିଜ ଦ୍ରବ୍ୟକୁ ଓଡ଼ିଶାରେ ମୂଲ୍ୟଯୁକ୍ତ କରିବାକୁ ନବୀନ ପରାମର୍ଶ ଦେଇଥିଲେ । ତେବେ ପ୍ରଥମ ପର୍ଯ୍ୟାୟରେ ୨ ହଜାର କୋଟିର ପୁଞ୍ଜିନିବେଶ କରାଯିବା ନେଇ ଆର୍ସେଲ ଗ୍ରୁପ୍‌ର ଅଧ୍ୟକ୍ଷ ଲକ୍ଷ୍ମୀ ମିତ୍ତଲ ସୂଚନା ଦେଇଥିଲେ ।

Get real time updates directly on you device, subscribe now.