fbpx

ବଢୁଛି ସାଇବର ଅପରାଧ ମାମଲା

ଭୁବନେଶ୍ୱର,୨୫ ।୧୧(ଓଡିଶା ଭାସ୍କର): ରାଜ୍ୟରେ ବଢ଼ିବାରେ ଲାଗିଛି ସାଇବର ଅପରାଧ ମାମଲା । ଏନେଇ ଗୃହରେ ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ସ୍ଵରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର । ସେ କହିଛନ୍ତି ଯେ, ‘୨୦୧୯ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ୮୬୫ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ୨୧୪ ଜଣ ପୁରୁଷଙ୍କ ସହ ଚାରି ଜଣ ମହିଳାଙ୍କୁ ଗିରଫ କରାଯାଇଛି । ସେହିଭଳି ୨୦୧୮ରେ ୮୬୭ ଟି ମାମଲା ପଞ୍ଜିକୃତ ହୋଇଥିଲା ଓ ଏଥିରେ ୨୫୮ ଜଣ ପୁରୁଷଙ୍କ ସମେତ ଆଠ ଜଣ ମହିଳା ଗିରଫ ହୋଇଥିଲେ । ୨୦୧୭ରେ ୮୨୪ ମାମଲା ପଞ୍ଜିକୃତ ହୋଇଥିବା ବେଳେ ୧୯୩ ପୁରୁଷ ଓ ଦୁଇ ଜଣ ମହିଳା ଗିରଫ ହୋଇଥିଲେ ।’

Get real time updates directly on you device, subscribe now.