ଜିଲ୍ଲା ଦାୟିତ୍ୱରେ ୬ ବରିଷ୍ଠ ଡାକ୍ତର

ଭୁବନେଶ୍ୱର,୧୨ ।୩(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଫଳରେ ଟେଷ୍ଟିଂ ବଢାଇବାକୁ ରାଜ୍ୟ ସରକାର ବିଶେଷ ଗୁରୁତ୍ୱ ଦେଇଛନ୍ତି । ଟେଷ୍ଟିଂକୁ ଦୃଷ୍ଟିରେ ରଖି ପ୍ରତି ଜିଲ୍ଲା ଦାୟିତ୍ୱରେ ୬ ଜଣ ବରିଷ୍ଠ ଡାକ୍ତରଙ୍କୁ ରଖାଯାଇଛି । ସଂକ୍ରମଣ ବୃଦ୍ଧି ନେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, କିଛି ରାଜ୍ୟରେ ହଠାତ୍ ସଂକ୍ରମଣ ବଢିଛି, କିନ୍ତୁ ଓଢିଶାରେ କରୋନା ନିୟନ୍ତ୍ରଣାଧୀନ ଅଛି । ୫ ରାଜ୍ୟରୁ ଆସୁଥିବା ଲୋକଙ୍କ ପ୍ରତି ନିଘା ରଖାଯାଇଛି । ରାଜ୍ୟରେ ଟ୍ରେନ ଯାତ୍ରୀଙ୍କର ଚେକିଂ କରାଯାଉଛି । ଟ୍ରେନରେ ଆସୁଥିବା ଯାତ୍ରୀଙ୍କ ଲକ୍ଷଣ ଥିଲେ ଆରଟିପିସିଆର ଟେଷ୍ଟ କରାଯିବ । ଏୟାରପୋର୍ଟ, ରେଳ ଷ୍ଟେସନରେ ଯାଞ୍ଚ ହେଉଛି । ଜିଲ୍ଲାମାନଙ୍କରେ ମଧ୍ୟ ଟେଷ୍ଟିଂ ବଢାଇବାକୁ ଗୁରୁତ୍ୱ ଦିଆଯାଉଛି । ଜଣେ ସ୍ୱତନ୍ତ୍ର ସଚିବଙ୍କ ସହ ୩୦ ଜିଲ୍ଲାପାଇଁ ୬ ଡାକ୍ତରଙ୍କୁ ଦାୟିତ୍ୱ ଦିଆଯାଇଛି । ଟେଷ୍ଟିଂ ଅବଧି ମାର୍ଚ୍ଚ ଶେଷ ଯାଏ ଥିବା ବେଳେ ତାହାକୁ ଏପ୍ରିଲ ୩୦ ଯାଏ ବଢାଯାଇଛି ।’