fbpx

ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଫି’ ଛାଡ

ଭୁବନେଶ୍ୱର,୧୨ ।୩(ଓଡିଶା ଭାସ୍କର): କରୋନା ପାଇଁ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଫି’ ଛାଡ କରିଛନ୍ତି ରାଜ୍ୟ ସରକାର । ସରକାରୀ ବୈଷୟିକ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ହଷ୍ଟଲ ଫି ଛାଡ କରାଯାଇଛି । ଇଞ୍ଜିନିୟରିଂ କଲେଜ ଓ ପଲିଟେକ୍ନିକରେ ପିଲାଙ୍କ ହଷ୍ଟେଲ ଫି ଛାଡ ହୋଇଛି ।

ତେବେ କରୋନା ପାଇଁ ଏପ୍ରିଲରୁ ଡିସେମ୍ବର ୨୦୨୦ ଯାଏଁ ହଷ୍ଟେଲ ବନ୍ଦ ଥିଲା । ହଷ୍ଟେଲ ଫି’ ଛାଡ ପାଇଁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଘୋଷଣା ହୋଇଛି । ୧୭ ହଜାର ୧୨ ଛାତ୍ରଛାତ୍ରୀଙ୍କ ୫ କୋଟି ୧୦ ଲକ୍ଷ ଟଙ୍କା ଛାଡ ହୋଇଛି । ଫି’ ଛାଡ ନେଇ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.