fbpx

ଏବେ ଖୋଲିବନି ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ସ୍କୁଲ, ଜାଣନ୍ତୁ କ’ଣ କହିଲେ ମନ୍ତ୍ରୀ

ଭୁବନେଶ୍ୱର, ୧୩ା୩ (ଓଡିଶା ଭାସ୍କର): ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସମସ୍ତ ଛାତ୍ରଛାତ୍ରୀ ପାସ୍ ହେବେ । ପ୍ରଥମରୁ ଅଷ୍ଟମ ଯାଏଁ ଆଉ ସ୍କୁଲ ଖୋଲିବନି କି କ୍ଲାସ ବି ହେବ ନାହିଁ । ଆସନ୍ତା ଏପ୍ରିଲ ମାସରେ ମଧ୍ୟ ଶିକ୍ଷାବର୍ଷ ଆରମ୍ଭ ହେବ ନାହିଁ । ଖରା ଓ କରୋନା ଯୋଗୁଁ ଆସନ୍ତା ଜୁନ ମାସରୁ ଶିକ୍ଷାବର୍ଷ ଆରମ୍ଭ ହେବାର ସମ୍ଭାବନା ରହିଛି । ବର୍ତ୍ତମାନର ସ୍ଥିତି ଯାହା, ସ୍କୁଲ ଖୋଲିବା ଏକପ୍ରକାର ଅସମ୍ଭବ । ତେଣୁ ଚଳିତ ବର୍ଷ କ୍ଲାସ ହୋଇନଥିବାରୁ ଏପରି ନିଷ୍ପତ୍ତି ନିଆଯାଇଥିବା ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।

କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହି ପ୍ରସଙ୍ଗରେ ପୂର୍ବରୁ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଚାଲିଥିଲା । ଏହି ପ୍ରସଙ୍ଗରେ କୌଣସି ବିଧିବଦ୍ଧ ନିଷ୍ପତ୍ତି ହୋଇନଥିଲେ ବି ଆପାତତଃ ସରକାର ଆଜି ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି । କିଛି ପଡ଼ୋଶୀ ମହାରାଷ୍ଟ୍ର, ଗୁଜୁରାଟ ପରି ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ ରାଜ୍ୟ ସରକାର ପୂର୍ବରୁ ଏନେଇ ଚିନ୍ତାବ୍ୟକ୍ତ କରିଥିଲେ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିବା ପାଇଁ ଆଉ ସମୟ ନଥିବାରୁ ଏକାଥରକେ ନୂଆ ଶିକ୍ଷାବର୍ଷ ଆରମ୍ଭ ହେବ ବୋଲି ପୂର୍ବରୁ ଆଭାସ ମିଳିଥିଲା ।

Get real time updates directly on you device, subscribe now.