fbpx

୩ ବର୍ଷର ଝିଅକୁ ଦୁଷ୍କର୍ମ ପରେ ହତ୍ୟା, ଦୁଃଖ ସହ୍ୟ ନପାରି ବାପର ଆତ୍ମହତ୍ୟା

ସିଲଭାସା, ୧୫ା୩: ଦାଦ୍ରା ଓ ନଗର ହାବେଳିର ରାଜଧାନୀ ସିଲଭାସାରେ ଏକ ୩ ବର୍ଷର ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଷ୍କର୍ମକାରୀ ଯୁବକକୁ ଗିରଫ କରିଥିବା ଜଣାପଡ଼ିଛି । ଏହି ଖବର ଶୁଣିବା ପରେ ଦୁଃଖରେ ମିୟମ୍ରାଣ ହୋଇ ଝିଅର ବାପା ଫିନାଇଲ ପିଇ ଆତ୍ମହତ୍ୟା କରିଛନ୍ତି ।

ସୂଚନା ଅନୁଯାୟୀ, ନରୌଲି ବିସ୍ତାର ଅଞ୍ଚଳର ଏକ ଆପାର୍ଟମେଣ୍ଟରେ ରହୁଥିବା ୩ ବର୍ଷର ଝିଅଟି ନିଖୋଜ ହୋଇଯାଇଥିଲା । ଫଳରେ ପରିବାର ଲୋକେ ପୋଲିସରେ ମାମଲା ଦାୟର କରିଥିଲେ । ପଡ଼ିଶା ଘରେ ରହୁଥିବା ଏକ ଯୁବକ ଝିଅଟିକୁ ଦୁଷ୍କର୍ମ କରି ଛୁରୀ ରେ ହତ୍ୟା କରି ଏକ ବ୍ୟାଗରେ ଶବ ରଖି ଆପାର୍ଟମେଣ୍ଟ ଖିଡ଼କି ବାହାରକୁ ଫିଙ୍ଗି ଦେଇଥିଲା । ଅଭିଯୁକ୍ତକୁ କ୍ରୋଧିତ ଜନତା ଜୀବନରୁ ମାରିବାକୁ ଉଦ୍ୟମ କରିଥିଲେ ମଧ୍ୟ ପୋଲିସ ତାକୁ ନିଜ ହେଫାଜତରେ ନେବାରେ ସକ୍ଷମ ହୋଇଥିଲା ।

Get real time updates directly on you device, subscribe now.