fbpx

ଲାଞ୍ଚନେଇ ଗିରଫ ହେଲେ ଏସଆଇ

ଜଗତସିଂହପୁର, ୨୪ା୩ (ଓଡିଶା ଭାସ୍କର): ଲାଞ୍ଚନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଜଗତସିଂହପୁର ଥାନା ଏସଆଇ । ଏସଆଇ ବିଶ୍ୱଜିତ ଗଡ଼ନାୟକ ଏକ ମାମଲାର ଦଫାରଫା କରିବାକୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ୱାରା ଧରାପଡ଼ିଥିଲେ ।

ସୂଚନା ଅନୁଯାୟୀ, ଏକ ଠକେଇ ମାମଲାରେ ଏସଆଇ ଗଡ଼ନାୟକ ଜଣେ ବ୍ୟକ୍ତିଙ୍କ ଠାରୁ ତିନି ଲକ୍ଷ ଟଙ୍କା ଦାବି କରିଥିଲେ । ପୂର୍ବ ଯୋଜନା ମୁତାବକ ଏସଆଇ ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । ତେବେ ଭିଜିଲାନ୍ସ ଟିମ୍ ଏସଆଇଙ୍କ ଠାରୁ ଟଙ୍କା ଜବତ କରିବା ସହ ଗିରଫ କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.