fbpx

ପରକୀୟା ପ୍ରୀତି! ଥାନାରେ ପୋଲିସ ଦମ୍ପତିଙ୍କ ହାଇଡ୍ରାମା

ଭୁବନେଶ୍ୱର,୨୪ ।୩(ଓଡିଶା ଭାସ୍କର): ଭୁବନେଶ୍ବର ଏୟାରଫିଲ୍ଡ ଥାନାରେ ପୋଲିସ ଦମ୍ପତିଙ୍କ ହାଇଡ୍ରାମା ଦେଖିବାକୁ ମିଳିଛି । କନେଷ୍ଟବଳ ସ୍ବାମୀଙ୍କ ବିରୋଧରେ ପରକୀୟା ପ୍ରୀତି ଓ ନିର୍ଯାତନା ଅଭିଯୋଗ ହୋଇଛି । ଏହାକୁ ନେଇ ରାଜଧାନୀରେ ପୋଲିସ ଦମ୍ପତି ହାତାହାତି ହୋଇଛନ୍ତି । ଥାନାରେ ମଧ୍ୟ ଏକ ଏତଲା ଦିଆଯାଇଛି ।

ତେବେ ଏୟାରଫିଲ୍ଡ ଥାନାରେ ପରସ୍ପର ନାମରେ ସ୍ୱାମୀ ଓ ସ୍ତ୍ରୀ ଅଭିଯୋଗ କରିଛନ୍ତି । ଉଭୟ କନଷ୍ଟେବଳ ଅଲଗା ଅଲଗା ଥାନାରେ କାର୍ଯ୍ୟରତ ଅଛନ୍ତି । ୨୦୦୮ରେ ପ୍ରେମ ବିବାହ କରିଥିଲେ କନେଷ୍ଟବଳ ଦମ୍ପତି । ଉଭୟ ପରସ୍ପର ପ୍ରାୟ ୧୦ ବର୍ଷ ହେଲା ଅଲଗା ରହୁଛନ୍ତି । ଆଜି ଭୀମଟାଙ୍କି ସ୍ଥିତ ସ୍ୱାମୀଙ୍କ ଘରକୁ ସ୍ତ୍ରୀ ଯାଇଥିବାବେଳେ ହାତାହାତି ହୋଇଛନ୍ତି । ସ୍ୱାମୀଙ୍କ ପରକୀୟା ପ୍ରୀତିରୁ ବିବାଦ ସୃଷ୍ଟି ଅଭିଯୋଗ ଆଣଛନ୍ତି ସ୍ତ୍ରୀ । ସ୍ବାମୀ-ଭୁବନେଶ୍ବର ବଡ଼ଗଡ଼ ଥାନାର କନେଷ୍ଟବଳ ଅମରେଶ ସାହୁ ହୋଇଥିବା ବେଳେ କେନ୍ଦ୍ରାପଡ଼ା ଆଳି ଥାନାରେ କନେଷ୍ଟବଳ ଅଛନ୍ତି ଅଭିଯୋଗକାରିଣୀ । ପରକୀୟା ପ୍ରୀତିରୁ ଅମରେଶ ଛାଡ଼ପତ୍ର ନୋଟିସ ଦେଇଥିବା ଅଭିଯୋଗ ହୋଇଛି । ପରସ୍ପର ବିରୋଧରେ ଆକ୍ରମଣ ଅଭିଯୋଗ ଆଣିଛନ୍ତି ପୋଲିସ ଦମ୍ପତି ।

Get real time updates directly on you device, subscribe now.