fbpx

ରାଜ୍ୟରେ ଅସମ୍ଭାଳ କରୋନା ସ୍ଥିତି ! ଆଜି ୨୦୦ ଟପିଲା ପଜିଟିଭ୍ ସଂଖ୍ୟା, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର, ୨୫ ।୩ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୨୦୦ ଟପିଛି । ଗତ ୨୪ ଘଣ୍ଟାରେ ପୁଣି ୨୧୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ୨୧୪ ପଜିଟିଭ ମଧ୍ୟରୁ ସଙ୍ଗରୋଧରୁ ୧୨୬ ଓ ସ୍ଥାନୀୟ ଅଞ୍ଚଳରୁ ୮୮ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୯ ହଜାର ୪୬୦ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୩ ଲକ୍ଷ ୩୬ ହଜାର ୩୩୭ରହିଥିବା ବେଳେ ୧୧୫୧ ଜଣ ଚିକିତ୍ସିତ ହେଉଛନ୍ତି ।

ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ସୁନ୍ଦରଗଡରୁ ୨୭, ବଲାଙ୍ଗିର ଓ କଟକରୁ ୨୦ ଲେଖାଏଁ, ବରଗଡରୁ ୧୩ ଓ ବାଲେଶ୍ୱରରୁ ୧୧, ଢେଙ୍କାନାଳ, କୋରାପୁଟ, ସମ୍ବଲପୁରରୁ ୧୦ ଜଣ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛିନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.