fbpx

ଧରାପଡ଼ିଲା କୁକୁରର ଅବୈଧ ସମ୍ପର୍କ: ରାଗରେ ଘରୁ ବାହାର କରିଦେଲେ ମାଲିକ

ଆମେ ମଣିଷମାନଙ୍କର ଅବୈଧ ସମ୍ପର୍କ ବିଷୟରେ ପ୍ରାୟତଃ ଶୁଣିଥାଉ । ମାତ୍ର ଗୋଟିଏ କୁକୁରର ଅବୈଧ ସମ୍ପର୍କ ବିଷୟରେ ଆପଣମାନେ ହୁଏତ ଶୁଣି ନଥିବେ । ଏହିପରି ଏକ ଘଟଣା ଘଟିଛି କେରଳରେ । ଏକ ପୋମେରିଅନ ଡଗର ଅବୈଧ ସମ୍ପର୍କ ବିଷୟରେ ଜାଣିବାରେ ପରେ ତା’ର ମାଲିକ ତାକୁ ଘରୁ ବାହାରି କରିଦେଇଛନ୍ତି ।

ଡଗର ମାଲିକ ତାକୁ ଘରୁ ବିତାଡ଼ିତ କରିବା ପରେ ତା’ ଗଳାରେ ଏକ ବେଲ୍ଟ ଲଗାଇ ଦେବା ସହ ଏକ ଚିଠି ଲେଖି ରଖିଦେଇଥିଲେ । ସେ ଚିଠିରେ ଲେଖିଥିଲେ ଯେ, ‘ଏହା ଏକ ବିଶ୍ୱାସନୀୟ ପୋମେରିଅନ କୁକୁର ଅଟେ । ସେ ଅଧିକ ଖାଏନାହିଁ କି ତା’ର କୌଣସି ରୋଗ ନାହିଁ । ଡଗଟି କାହାକୁ କାମୁଡ଼େ ନାହିଁ । ଅଣ୍ଡା, କ୍ଷୀର ଓ ବିସ୍କୁଟି ଆଦି ସେ ଖାଇଥାଏ । ପଡ଼ୋଶୀ ଏକ କୁକୁର ସହିତ ଏହି ପୋମେରିଅନ ଡଗର ଅବୈଧ ସମ୍ପର୍କ ଥିବାରୁ ସେ ତାକୁ ଘରୁ ବାହାର କରିଦେଇଛନ୍ତି ।’

ତେବେ କୁକୁରଟିକୁ କିଛି ଲୋକ ଦେଖିବା ପରେ ପିପୁଲ ଫର ଆନିମଲ ସଂସ୍ଥାର କର୍ମକର୍ତ୍ତାଙ୍କ ସହିତ ଯୋଗଯୋଗ କରିଥିଲେ । ଉକ୍ତ ସଂସ୍ଥାର କର୍ମଚାରୀମାନେ ଆସି କୁକୁରଟିକୁ ନିଜ ହେପାଜତକୁ ନେଇଯାଇଥିଲେ । ତେବେ ସେମାନେ ଡଗର ବେଗରେ ଥିବା ଲକେଟରୁ କୁକୁରର ମାଲିକ ଲେଖିଥିବା ଚିଠି ପାଇଥିଲେ । ଚିଠିଟିକୁ ପଢ଼ି ସାରିବା ପରେ ସେମାନେ ଏ ନେଇ ସବିଶେଷ ଘଟଣା ଜାଣିପାରିଥିଲେ ।

Get real time updates directly on you device, subscribe now.