fbpx

ବିଜୁଳି ଦର ବୃଦ୍ଧିକୁ ନେଇ କ’ଣ କହିଲେ ଶକ୍ତିମନ୍ତ୍ରୀ?

ଭୁବନେଶ୍ୱର,୩୧ ।୩(ଓଡିଶା ଭାସ୍କର): ରାଜ୍ୟରେ ବିଜୁଳି ଦର ବୃଦ୍ଧି ନେଇ ବିଧାନସଭାରେ ତାତି ଦେଖିବାକୁ ମିଳିଛି । ଏହି ପ୍ରସଙ୍ଗରେ ଗୃହରେ ବିବୃତି ରଖିଛନ୍ତି ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ଦର ବୃଦ୍ଧି ପ୍ରସଙ୍ଗରେ ରାଜ୍ୟ ସରକାର ଓଇଆରସିକୁ ପୁନଃବିଚାର ପାଇଁ ଆବେଦନ କରିବେ ବୋଲି ମନ୍ତ୍ରୀ କହିଛନ୍ତି । ତେବେ ବିଜୁଳି ଦର ବୃଦ୍ଧି ନେଇ ଆଜି ଅଚଳ ହୋଇଥିଲା ବିଧାନସଭା । ଆଜି ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟ ପ୍ରତିବାଦ କରିଥିଲେ ।

ତେବେ ଘରୋଇ ଉପଭୋକ୍ତାଙ୍କ ପାଇଁ ବଢିଛି ବିଦ୍ୟୁତ୍ ଦର । ୨୦୨୧-୨୨ ପାଇଁ ବିଦ୍ୟୁତ ଦର ଘୋଷଣା ହୋଇଛି, ଯେଉଁଥିରେ ୟୁନିଟ୍ ପିଛା ଦର ୩୦ ପଇସା ବଢିଛି । ବିପିଏଲ ଓ କୃଷି ଜଳସେଚନ ପାଇଁ ବିଦ୍ୟୁତ ଦର ଅପରିବର୍ତ୍ତିତ ରହିଛି । ଘରୋଇ ଓ ସିଙ୍ଗଲ ଫେଜ୍ ଉପଭୋକ୍ତାଙ୍କ ପାଇଁ ୨ ପ୍ରତିଶତ ରିହାତି ମିଳିବ । ପ୍ରିପେଡ ବିଦ୍ୟୁତ୍ ଉପଭୋକ୍ତାଙ୍କ ପାଇଁ ମଧ୍ୟ ୨ ପ୍ରତିଶତ ରିହାତି ରହିଛି । ତେବେ ଏପ୍ରିଲ ୪ରୁ ବର୍ଦ୍ଧିତ ଦର ଲାଗୁ ହେବ । ଏନେଇ ଓଡିଶା ବିଦ୍ୟୁତ ନିୟାମକ ଆୟୋଗ ନିଷ୍ପତ୍ତି ନେଇଛି ।

Get real time updates directly on you device, subscribe now.