fbpx

ଇସ୍ତଫା ଦେଲେ ଅନିଲ ଦେଶମୁଖ

ମୁମ୍ବାଇ ୫ା୪ (ଓଡିଶା ଭାସ୍କର) : ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନିଲ ଦେଶମୁଖ ଆଜି ଇସ୍ତଫା ଦେଇଛନ୍ତି । ଏନେଇ ଆଜି ସେ ଇସ୍ତଫା ପତ୍ରର ଫଟୋ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ଆଜି ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଭେଟି ଇସ୍ତଫା ଘୋଷଣା କରିଛନ୍ତି ଅନିଲ ଦେଶମୁଖ । ତେବେ ତାଙ୍କ ନାମରେ ଚାନ୍ଦା ଆଦାୟର ଅଭିଯୋଗ ରହିଥିଲା । ଏହି ମାମଲାର ସିବିଆଇ ତଦନ୍ତ ନେଇ ବମ୍ବେ ହାଇକୋର୍ଟ ନିଷ୍ପତି ଶୁଣାଇବା ପରେ ଇସ୍ତଫା ଦେଇଛନ୍ତି ଦେଶମୁଖ । ଏବେ ମୁଖ୍ୟମନ୍ତ୍ରୀଙ୍କ ହାତରେ ରହିବ ଗୃହ ବିଭାଗ ।

ସୁଚନା ଯୋଗ୍ୟ, ମୁମ୍ବାଇ ପୋଲିସର ପୁର୍ବତନ କମିଶନର ପରମବୀର ସିଂଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ହୋଇଥିବା ୧୦୦ କୋଟି ଟଙ୍କା ଆଦାୟ ମାମଲାର ସିବିଆଇ ଯାଞ୍ଚ ହେବ ବୋଲି ବମ୍ବେ ହାଇକୋର୍ଟ ନିଷ୍ପତି ଶୁଣାଇଥିଲେ । ଏଥିସହିତ ଯାଞ୍ଚ ରିପୋର୍ଟ ୧୫ ଦିନ ଭିତରେ ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ।

Get real time updates directly on you device, subscribe now.