fbpx

୪ମାସରେ ଦେଢ଼ କୋଟିର ଧଳା ଜହର ଜବତ: ପୋଲିସ କମିଶନର

ଭୁବନେଶ୍ୱର, ୨୭ା୧(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି । ବ୍ରାଉନସୁଗାର, ଗଞ୍ଜେଇ ଚୋରାଚାଲାଣ ହେଉଛି । କହିବାକୁ ଗଲେ ଅପରାଧର ପେଣ୍ଠସ୍ଥଳୀ ପାଲଟିଛି ରାଜଧାନୀ ଭୁବନେଶ୍ୱର । ଏହାରି ମଧ୍ୟରେ ଗତ ୪ମାସ ମଧ୍ୟରେ ଦେଢ଼ କୋଟିର ବ୍ରାଉନସୁଗାର ଜବତ ହୋଇଛି । ୧୩୦୨ଗ୍ରାମର ବ୍ରାଉନସୁଗାର ଜବତ କରିଛି କମିସନରେଟ ପୋଲିସ । ବ୍ରାଉନସୁଗାର କାରବାର ଧରିବାକୁ ଗଠିତ ହୋଇଥିଲା ଟାସ୍କ ଫୋର୍ସ । ୫୬ଟି ମାମଲାରେ ୧୦୫ଜଣ ଗିରଫ ହୋଇଛନ୍ତି । ଏନେଇ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି । ୪୦ଟି ଦୁଇ ଚକିଆ, ୬ଟି ଚାରି ଚକିଆ ଗାଡ଼ି, ୧୦୩ଟି ମୋବାଇଲ ଜବତ ହୋଇଛି । ଆଜି ମୁର୍ସିଦାବାଦରୁ ଆସୁଥିବା ବେଳେ ଅପରାଧୀ ବୁଧିଆ ଖାନ ଗିରଫ ହୋଇଥିବା ସୂଚନା ମିଳିଛି । ଏହାସହ ବୁଧିଆଠାରୁ ୧୦ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି ।

Get real time updates directly on you device, subscribe now.