fbpx

୨ ଶିକ୍ଷକ ସମେତ ଜଣେ ଶିକ୍ଷୟିତ୍ରୀ ନିଲମ୍ବିତ, ଜାଣନ୍ତୁ କାହିଁକି?

ଦେବଗଡ,୧୧ ।୪(ଓଡିଶା ଭାସ୍କର): ଓଟିଇଟି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ ଅଭିଯୋଗ ମାମଲାରେ ୨ ଶିକ୍ଷକ ସମେତ ଜଣେ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରାଯାଇଛି । ୩ ଜଣଙ୍କୁ ନିଲମ୍ବିତ କରିଛନ୍ତି ଦେବଗଡ ଡିଇଓ । ଓଟିଇଟି ପରୀକ୍ଷା ବେଳେ ଅବହେଳା ନେଇ ଶକ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ପରୀକ୍ଷା ନିରୀକ୍ଷକ ଦାୟିତ୍ୱରେ ଥିବା ବିଶ୍ୱନାଥ କିଷାନଙ୍କୁ ନିଲମ୍ବିତ କରାଯାଇଛି । ଏହି ସହ ସୁଶାନ୍ତ ରାୟ ଓ ରଞ୍ଚିତା ମିଶ୍ରଙ୍କୁ ନିଲମ୍ବିତ କରାଯାଇଛି । ଶୁକ୍ରବାର ଦେବଗଡ ସରକାରୀ ବାଳିକା ବିଦ୍ୟାଳୟରେ ଓଟିଇଟି ଚାଲିଥିଲା । ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ପରେ ଜଣେ ପରୀକ୍ଷାର୍ଥୀଙ୍କ ମୋବାଇଲ ଜବତ ହୋଇଥିଲା ।

Get real time updates directly on you device, subscribe now.