fbpx

ଏହି ସ୍ଥାନରେ ବଢିଲା ନାଇଟ୍ କର୍ଫ୍ୟୁର ଅବଧି, ପ୍ରଥମରୁ ଦ୍ୱାଦଶ ପର୍ଯ୍ୟନ୍ତ ସ୍କୁଲ ବନ୍ଦ

ଲକ୍ଷ୍ନୌ,୧୧ ।୪: ସାରା ଦେଶରେ ଏବେ କରୋନା ମହାମାରୀ ବଢିବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଅନେକ କଟକଣା ଲାଗୁ ହୋଇଛି । ଏହାରି ମଧ୍ୟରେ ଯୋଗୀ ଆଦିତ୍ୟନାଥ ସରକାର ଉତ୍ତରପ୍ରଦେଶ ଜିଲ୍ଲାରେ ୫୦୦ ରୁ ଅଧିକ ସକ୍ରିୟ କୋଭିଡ ମାମଲା ସହ ରାତ୍ରି କର୍ଫ୍ୟୁ ଘୋଷଣା କରିଛନ୍ତି । ଏପ୍ରିଲ ୩୦ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ, କଲେଜ ଏବଂ କୋଚିଂ ସେଣ୍ଟର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଯୋଗୀ ସରକାର । କରୋନାର ପୁରୂଣା ପ୍ରୋଟୋକଲ ଅନୁସରଣ କରିବା ସହ କର୍ମଚାରୀଙ୍କୁ ଡାକିବା ଓ ପୂର୍ବରୁ ଧାର୍ଯ୍ୟ ହୋଇଥିବା ପରୀକ୍ଷା ପାଇଁ ଅନୁମତି ଦିଆଯାଇଛି । କିନ୍ତୁ ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ, କଲେଜ ଆସିବା ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି ରହିବ । ପୂର୍ବ ନିର୍ଦ୍ଧାରିତ ପରୀକ୍ଷା ଜାରି ରହିବ ବୋଲି ଖୋଦ୍ ସିଏମ୍ ଆଦିତ୍ୟନାଥ ସ୍ପଷ୍ଟ କରିଛନ୍ତି ।

ତେବେ ଯୋଗୀ ସରକାଙ୍କ ତରଫରୁ ଏପ୍ରିଲ ୩୦ ସୁଦ୍ଧା ୧ମରୁ ୧୨ ପର୍ଯ୍ୟନ୍ତ ସମସ୍ତ କୋଚିଂ ସେଣ୍ଟର, ଶିକ୍ଷାନୁଷ୍ଠାନ, ବେସରକାରୀ ବିଦ୍ୟାଳୟକଗୁଡିକ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ରାଜ୍ୟ ସରକାରଙ୍କ ପୂର୍ବ ଆଦେଶ ଏପ୍ରିଲ ୧୫ ପର୍ଯ୍ୟନ୍ତ ଥିବା ବେଳେ ଏହାର ଅବଧି ଆଉ ୧୫ ଦିନ ବଢିଛି ।

ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ଏପ୍ରିଲ ୮ ରୁ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌ, କାନପୁର ଏବଂ ବାରାଣାସୀରେ ରାତ୍ରି କର୍ଫ୍ୟୁ ଲାଗୁ କରାଯାଇଛି ।

Get real time updates directly on you device, subscribe now.