fbpx

ଡଲଫିନଙ୍କ ପାଇଁ ଅନୁକୁଳ ପରିବେଶ ସୃଷ୍ଟି କରୁଛିି ଓଡିଶା

ଭୁବନେଶ୍ୱର, ୧୧ା୪(ଓଡିଶା ଭାସ୍କର) : ଡଲଫିନଙ୍କ ପାଇଁ ଅନୁକୁଳ ପାଗ ଦେଉଛି ଓଡିଶା । ଆଉ ଏହାର ପ୍ରମାଣ ହେଉଛି ରାଜ୍ୟରେ ବୃଦ୍ଧି ପାଉଥିବା ଡଲଫିନ୍ ମାନଙ୍କ ସଂଖ୍ୟା । ଏକ ବର୍ଷ ମଧ୍ୟରେ ରାଜ୍ୟରେ ଡଲଫିନଙ୍କ ସଂଖ୍ୟା ଦୁଇଗୁଣ ହୋଇଥିବା ରିପୋର୍ଟ ପ୍ରକାଶ ପାଇଛି । ସେଥିମଧ୍ୟରେ ହମ୍ପବ୍ୟାକ ବଟଲନୋଜ ପ୍ରଜାତିର ଡ଼ଲଫିନଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଛି । ୨୦୨୦ ଗଣନାରେ ରାଜ୍ୟରେ ମୋଟ ୨୩୩ଟି ଡ଼ଲଫିନ ଥିବାବେଳେ ୨୦୨୧ରେ ଏହାର ସଂଖ୍ୟା ୫୪୪କୁ ବୃଦ୍ଧି ପାଇଛି ।

ଚିଲିକା, ରାଜନଗର, ପୁରୀ, ଭଦ୍ରକ ଓ ବାଲେଶ୍ଵର ଡିଭିଜନ ଗୁଡିକରେ ବିଭିନ୍ନ ପ୍ରଜାତିର ଡ଼ଲଫିନ ଚିହ୍ନଟ କରାଯାଇଛି । ଚିଲିକା ହ୍ରଦରେ ୧୮୮, ରାଜନଗର ବନଖଣ୍ଡରେ ୩୪୨, ପୁରୀ ବନଖଣ୍ଡରେ ୪, ଭଦ୍ରକ ବନଖଣ୍ଡରେ ୮ ଓ ବାଲେଶ୍ଵର ବନଖଣ୍ଡରେ ୨ ଡ଼ଲଫିନ ଅଛନ୍ତି । ୨୦୨୦ ସେନ୍ସସ ଅନୁସାରେ ରାଜ୍ୟରେ ମାତ୍ର ୨ଟି ହମ୍ପବ୍ୟାକ ଡ଼ଲଫିନ ଚିହ୍ନଟ ହୋଇଥିବାବେଳେ ଚଳିତ ବର୍ଷ ଏହା ୧୪ ଗୁଣା ବୃଦ୍ଧି ହୋଇଛି । ୨୦୨୧ ବର୍ଷରେ ରାଜ୍ୟରେ ୨୮ ଟି ହମ୍ପବ୍ୟାକ ଡ଼ଲଫିନ ଅଛନ୍ତି । କେବଳ ରାଜନଗର ହେନ୍ତାଳ ବଣରେ ଗତବର୍ଷ ୨ ଟି ହମ୍ପବ୍ୟାକ ଡ଼ଲଫିନ ଥିଲେ ।


ସେହିପରି ପୂର୍ବବର୍ଷ ତୁଳନାରେ ଚଳିତବର୍ଷ ଇରାୱାଡି ଡ଼ଲଫିନ ସଂଖ୍ୟା ମାତ୍ର ଗୋଟେ ଅଧିକ ଅଛି । ଗତବର୍ଷ ରାଜ୍ୟରେ ୨୦୮ଟି ଇରାୱାଡି ଡ଼ଲଫିନ ଥିବାବେଳେ ଚଳିତବର୍ଷ ଏହା ୨୦୯ ହୋଇଛି । ଚଳିତ ବର୍ଷ ଚିଲିକାରେ ୧୬୨, ରାଜନଗରରେ ୩୯ ଓ ଭଦ୍ରକରେ ୮ଟି ଇରାୱାଡ଼ି ଡଲ୍ଫିନ୍ ଥିବା ଗଣନା ସମୟରେ ଜଣାପଡ଼ିଛି । ଗତବର୍ଷ ଚିଲିକାରେ ୧୪୬, ରାଜନଗରରେ ୬୦, ପୁରୀରେ ୨ଟି ଇରାୱାଡ଼ି ଡଲ୍ଫିନ୍ ଥିଲେ କିନ୍ତୁ ରାଜ୍ୟରେ ବଟଲନୋଜ୍ ଡଲଫିନ୍ ସଂଖ୍ୟା ଦୁଇଗୁଣାରୁ ଅଧିକ ବୃଦ୍ଧି ପାଇଛି । ଗତବର୍ଷ ଏହି ପ୍ରଜାତିର ୨୩ଟି ଡଲ୍ଫିନ୍ ଥିବାବେଳେ ଚଳିତବର୍ଷ ଏହାର ସଂଖ୍ୟା ୫୪ ହୋଇଛି । ଚିଲିକାରେ ୨୬, ରାଜନଗରରେ ୨୨ , ପୁରୀରେ ୪ ଓ ବାଲେଶ୍ବରରେ ୨ଟି ବଟଲନୋଜ୍ ଡଲଫିନ୍ ଥିବା ଜଣାପଡ଼ିଛି । ଉପକୂଳଠାରୁ ସମୁଦ୍ରର ୧ କିମି ଦୂରତା ମଧ୍ୟରେ ଡଲ୍ଫିନ୍ ଗଣନା କରାଯାଇଥିଲା । ସମୁଦ୍ର ତଟରୁ ୫୦୦ ମିଟର ପର୍ୟ୍ୟନ୍ତ ଲାଇନ୍ ଟ୍ରାନଜାକ୍ଟ ବ୍ୟବହାର କରାଯାଇ ଗଣନା କରାଯାଇଥିଲା । ଏହି ଲାଇନ୍ର ଉଭୟ ପାର୍ଶ୍ଵରେ ଡଲ୍ଫିନ୍ ଥିବା ଦେଖାଯାଇଥିଲା ।

Get real time updates directly on you device, subscribe now.