fbpx

ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର: ଖୁବଶୀଘ୍ର ଏହି କମ୍ପାନୀରେ ୧ ଲକ୍ଷ ନିଯୁକ୍ତି ପାଇଁ ବାହାରିବ ବିଜ୍ଞାପନ

ଗୋଟିଏ ପଟେ ଦେଶରେ କରୋନାର ସଂକ୍ରମଣ ବଢ଼ି ଚାଲିଥିବା ବେଳେ ଅନ୍ୟପଟେ ଚାକିରି ମିଳିବା କଷ୍ଟକର ହୋଇପଡ଼ୁଛି । କୋଭିଡରେ ଧନୀ, ଗରିବ, ବଡ଼ ବଡ଼ କମ୍ପାନୀ, ଶିକ୍ଷାନୁଷ୍ଠାନ ସମସ୍ତେ ପ୍ରଭାବିତ ହୋଇଛନ୍ତି । ତେବେ ଆଇଟି ପ୍ରୋଫେସନାଲଙ୍କ ପାଇଁ ଏକ ଖୁସି ଖବର । ଦେଶର ୪ଟି ପ୍ରମୁଖ ଆଇଟି କମ୍ପାନୀ ଟିସିଏସ, ଇନଫୋସିସ୍, ୱିପ୍ରୋ ଓ ଏଚସିଲ ନିଯୁକ୍ତି ଯୋଗାଇବା ନେଇ ଆଗକୁ ଆସିଛନ୍ତି । ଏହି ୪ଟି କମ୍ପାନୀରେ ମୋଟ ୧ ଲକ୍ଷ ଫେସର୍ସମାନଙ୍କୁ ନିଯୁକ୍ତି ଦିଆଯିବ ।

ବର୍ତ୍ତମାନ ସମୟରେ ଡିଜିଟାଲକରଣ ହେତୁ ସଫ୍ଟୱେର ସର୍ଭିସର ଚାହିଦାକୁ ପୂରା କରିବା ପାଇଁ ଏହି କମ୍ପାନୀମାନେ ପୂର୍ବବର୍ଷ ତୁଳନାରେ ଚଳିତ ବର୍ଷ ୪୫ ପ୍ରତିଶତରୁ ଅଧିକ ଚାକିରି ଯୋଗାଇଦେବେ । ତେବେ ଆଇଟି ପ୍ରୋଫେସନାଲଙ୍କ ପାଇଁ ମୋଟା ଅଙ୍କର ଦରମା ସାଙ୍ଗକୁ ବୋନସ ବ୍ୟବସ୍ଥା ରହିଛି । ଟିସିଏସରେ ୪୦ ହଜାର, ଇନଫୋସିସରେ ୨୬ ହଜାର, ୱିପ୍ରୋରେ ୯ ହଜାର ଓ ଏଚସିଏଲରେ ୧୨ ହଜାର ନୂଆ ଲୋକଙ୍କୁ ନିଯୁକ୍ତି ଦିଆଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.