fbpx

ଆଜି ପୃଥିବୀ ଦିବସ: ପୃଥିବୀକୁ ସୁରକ୍ଷିତ ରଖିବା ପାଇଁ ନିଶ୍ଚୟ କରନ୍ତୁ ବୃକ୍ଷାରୋପଣ

ପୃଥିବୀରେ ଥିବା ସମସ୍ତ ଜୀବ ଜନ୍ତୁ ଏବଂ ବୃକ୍ଷ ଲତାଙ୍କୁ ରକ୍ଷା କରିବା ତଥା ପରିବେଶ ପ୍ରତି ଲୋକଙ୍କୁ ସଚେତନ କରିବା ପାଇଁ ପ୍ରତିବର୍ଷ ଏପ୍ରିଲ୨୨ ତାରିଖରେ ପୃଥିବୀ ଦିବସ ପାଳନ କରାଯାଇଥାଏ । ୧୯୭୦ ମସିହାରେ ଆରମ୍ଭ ହୋଇଥିବା ଏହି ପରମ୍ପରାକୁ ବିଶ୍ୱର ପ୍ରାୟ ୧୯୨ ଦେଶ ଏହାକୁ ଆପଣାଇଛନ୍ତିି, ଏବଂ ପ୍ରତିବର୍ଷ ପୃଥିବୀ ଦିବସରେ ପରିବେଶର ସୁରକ୍ଷାକୁ ନେଇ ସଂଙ୍କଳ୍ପ ନିଆଯାଏ । ଯେଉଁ ଭଳି ଭାବରେ କରୋନା ମହାମାରୀକୁ ନେଇ ସମସ୍ତଙ୍କର ଚିନ୍ତାର କାରଣ ପାଲଟିଛି । ଏଭଳି ପରିସ୍ଥିତିରେ ପୃଥିବୀକୁ ବଞ୍ଚାଇ ରଖିବା ବହୁତ ଜରୁରୀ ହୋଇପଡିଛି । ପୃଥିବୀକୁ ସୁରକ୍ଷିତ ରଖିବା, ରୋଗ ବୈରାଗଠାରୁ ବଞ୍ଚାଇ ରଖିବା ଏବଂ ସୁନ୍ଦର କରିବା ପାଇଁ ବୃକ୍ଷ ଲତା ଲଗାଇବା ବହୁତ ଜରୁରୀ । ବୃକ୍ଷ ଲତା ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । ଆସନ୍ତୁ ଏହି ପୃଥିବୀ ଦିବସରେ ବୃକ୍ଷ ଲତା ଲଗାଇବା ଦ୍ୱାରା କ’ଣ ଫାଇଦା ମିଳିଥାଏ ସେ ବିଷୟରେ ଜାଣିବା

ବୃକ୍ଷଲତା ଲଗାଇବା ଦ୍ୱାରା କ’ଣ ମିଳିଥାଏ ଫାଇଦା:
ବୃକ୍ଷ ଲତା ଲଗାଇବା ଦ୍ୱାରା ପ୍ରଥମ ଲାଭ ହେଉଛି ଏହା ଅଙ୍ଗାରକାମ୍ଳ ଏବଂ ଶ୍ୱାସକ୍ରିୟା ପାଇଁ ଅମ୍ଳଜାନ ର ଆଦାନ ପ୍ରଦାନରେ ବହୁତ ଜରୁରୀ ଅଟେ । ପରିବେଶ ରେ ରହୁଥିବା ସମସ୍ତଙ୍କୁ ଅମ୍ଳଜାନର ଆବଶ୍ୟକତା ରହିଛି । ଏଭଳି ସ୍ଥିତିରେ ନିଶ୍ଚିତ ଭାବରେ ବୃକ୍ଷରୋପଣ କରିବା ଆବଶ୍ୟକ ।
ହାନିକାରକ ଗ୍ୟାସକୁ ଅବଶୋଷିତ କରିଥାଏ:
ବୃକ୍ଷ ଲତା ବାୟୁରେ ଥିବା ଅଙ୍ଗାରକାମ୍ଳକୁ ଛଡା ବାୟୁମଣ୍ଡଳରୁ ଏହା ଆହୁରି କେତେକ ହାନିକାରକ ଗ୍ୟାସକୁ ମଧ୍ୟ ଅବଶୋଷିତ କରିଥାଏ ଯାହାଦ୍ୱାରା ପରିବବେଶରେ ତାଜା ଅନୁଭୁତ ହୋଇଥାଏ । ଯାନ ବାହନ ଏବଂ କଳକାରଖାନା ମାନଙ୍କରୁ ଅଧିକ ପ୍ରଦୂଷଣ ବାହାରିଥାଏ । ଏଭଳି ପରିସ୍ଥିତିରେ ପ୍ରଦୂଷିତ ବାୟୁଠାରୁ ମୁକ୍ତି ପାଇବା ପାଇଁ ଅଧିକରୁ ଅଧିକ ବୃକ୍ଷ ରୋପଣ କରିବା ଆବଶ୍ୟକ, ଏବଂ ଏହାଦ୍ୱାରା ଆମକୁ ପ୍ରଦୂଷିତ ବାୟୁରୁ ମୁକ୍ତି ମିଳିପାରିବ ।
ବୃକ୍ଷ ଲତା ପରିବେଶକୁ ଶାନ୍ତ ରଖିବାରେ ସାହାଯ୍ୟ କରନ୍ତି । ତାପମାତ୍ରକୁ ନିୟନ୍ତ୍ରିତ କରିବାରେ ମଧ୍ୟ ସହାୟକ ହୋଇଥାନ୍ତି ।
ପକ୍ଷୀ ମାନେ ଗଛ ଉପରେ ବସା ନିର୍ମାଣ କରିଥାନ୍ତି ଯାହାଦ୍ୱାରା ୍ତାଙ୍କୁ ଆଶ୍ରୟ ମିଳିଥାଏ । ସେହିଭଳି ଗଛରେ ଅନ୍ୟ ଜୀବ ଜନ୍ତୁ ଆଶ୍ରୟ ନେଇଥାନ୍ତି ।
ଗଛରେ ଫଳୁଥିବା ଫଳକୁ ପଶୁ ପକ୍ଷୀ ମନୁଷ୍ୟ ଆଦି ଭୋଜନ ଭାବରେ ଗ୍ରହଣ କରିଥାନ୍ତି । ଗାଈ, ଛେଳି ଭଳି ଅନ୍ୟ ତୃଣାଭୋଜୀ ପ୍ରାଣୀ ମଧ୍ୟ ବୃକ୍ଷର ପତ୍ର ଖାଇଥାନ୍ତି । ତେଣୁ ଆମକୁ ବୃକ୍ଷ ରୋପଣ କରିବା ଆବଶ୍ୟକ ରହିଛି ।
ବୃକ୍ଷ ଲତା ବାୟୁ ପ୍ରଦୂଷଣ କୁ ନିୟନ୍ତ୍ରିତ କରିବା ପାଇଁ ନା କେବଳ ବାୟୁରୁ ହାନିକାରକ ଗ୍ୟାସକୁ ଅବଶୋଷିତ କରିଥାଏ । ଏହା ଜଳ ପ୍ରଦୂଷଣ କୁ ମଧ୍ୟ ନିୟନ୍ତ୍ରିତ କରିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

Get real time updates directly on you device, subscribe now.