fbpx

‘ଟ୍ରିପଲ ମ୍ୟୁଟାଣ୍ଟ‘ ଭୂତାଣୁ କ’ଣ? ଯାହାକୁ ନେଇ ସତର୍କ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୨୨ ।୪(ଓଡିଶା ଭାସ୍କର):ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରେ ଚିହ୍ନଟ ହୋଇଛି ଟ୍ରିପଲ୍ ମ୍ୟୁଟାଣ୍ଟ କରୋନା ଭୂତାଣୁ । ପୂର୍ବରୁ ମହାରାଷ୍ଟ୍ରରେ ବ୍ୟାପିଥିବା ଡବଲ୍ ମ୍ୟୁଟାଣ୍ଟଠାରୁ ଏହା ଅଧିକ ସଂକ୍ରାମକ । ଏହା ଶରୀରର ପ୍ରତିରୋଧ ବଳୟକୁ ଭେଦ କରିବାକୁ ସମର୍ଥ ବୋଲି କୁହାଯାଉଛି । ଟ୍ରିପଲ ମ୍ୟୁଟାଣ୍ଟ ୩ଟି ଭିନ୍ନ ଭିନ୍ନ କୋଭିଡ ଷ୍ଟ୍ରେନ୍ ମିଶି ନୂଆ ଷ୍ଟ୍ରେନ୍ ସୃଷ୍ଟି କରିଛି, ଅର୍ଥାତ୍ ୩ଟି ପ୍ରଜାତି ମିଶି ନୂଆ ପ୍ରଜାତିର ଭୂତାଣୁ ସୃଷ୍ଟି ହେବ । ଏହାକୁ ବେଙ୍ଗଲ ଷ୍ଟ୍ରେନ୍ ମଧ୍ୟ କୁହାଯାଉଛି । ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଓ ଦିଲ୍ଲୀରେ ଚିହ୍ନଟ ହୋଇଛି ଟ୍ରିପଲ୍ ମ୍ୟୁଟାଣ୍ଟ କରୋନା ଭୂତାଣୁ ଅଧିକ ସଂକ୍ରାମକ ହୋଇପାରେ । ଏହି ଭୂତାଣୁ ସହଜରେ ଶରୀରର ସୁରକ୍ଷା ବଳୟ ଭେଦ କରିପାରେ ।

ତେବେ କରୋନାର ଟ୍ରିପଲ ମ୍ୟୁଟାଣ୍ଟ ବ୍ୟାପୁଥିବାରୁ ପଶ୍ଚିମବଙ୍ଗରୁ ଫେରିଲେ ୧୪ ଦିନରେ ସଙ୍ଗରୋଧରେ ରହିବେ ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ପଶ୍ଚିମବଙ୍ଗରୁ ଫେରିଲେ ଆରଟିପିସିଆର ରିପୋର୍ଟ ସହ ଟିକା ନେଇଥିବା ଦୁଇଟି ଡୋଜର ସାର୍ଟିଫିକେଟ ଦେବା ଆବଶ୍ୟକ । ଏହି ରିପୋର୍ଟ ଦେଲେ ଘରକୁ ଯାଇ ସଙ୍ଗରୋଧରେ ରହିପାରିବେ । ପଶ୍ଚିମବଙ୍ଗରେ ଦିନକରେ ୧୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏନେଇ ପଶ୍ଚିମବଙ୍ଗ ସୀମାନ୍ତ ଅଞ୍ଚଳରେ କଡା ଚେକିଂ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପଶ୍ଚିମବଙ୍ଗରୁ ଫେରୁଥିବା ବ୍ୟକ୍ତିଙ୍କ ପାଇଁ ସଙ୍ଗରୋଧ ବ୍ୟବସ୍ଥା କରାଯିବ । ପଶ୍ଚିମବଙ୍ଗରୁ ବିମାନ ଯୋଗେ ଆସିଲେ ବି ୧୪ ଦିନ ସଙ୍ଗରୋଧରେ ରହିବାକୁ ପଡିବ । କାଲିଠାରୁ ପଶ୍ଚିମବଙ୍ଗ ସୀମାର ସବୁ ରାସ୍ତାରେ ଚେକପୋଷ୍ଟ ହେବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି ।

Get real time updates directly on you device, subscribe now.